Masthead

ଆରଏସ୍ଏସ୍ କର୍ମୀଙ୍କ ବଦାନ୍ୟତା

କୋଟପାଡ଼ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ସମୟରେ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ କରୋନା ଯୋଦ୍ଧାମାନଙ୍କ ଦ୍ୱାରା ପ୍ଲାଜମା ଦାନ କରାଯାଇଥିଲା । ପ୍ଲାଜମା ଦାନ ଫଳରେ କିପରି ଲୋକମାନଙ୍କର ମୂଲ୍ୟବାନ ଜୀବନ ବଞ୍ଚା ଯାଇପାରିବ, ଏହାର ଜ୍ୱଳନ୍ତ ଉଦାହରଣ ଉପସ୍ଥାପନ କରି ପ୍ରଶଂସାର ପାତ୍ର ହୋଇଥିଲେ କରୋନା ଯୋଦ୍ଧା । କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସପିଟାଲର ରକ୍ତ ଭଣ୍ଡାରରେ ଆଜି କୋଟପାଡ଼ ଅଞ୍ଚଳର ଜଣେ ଆରଏସ୍ଏସ୍ କର୍ମୀ ଗଣେଶ ଆଚାର୍ୟ୍ୟ ପ୍ଲାଜମା ଦାନ କରିଛନ୍ତି । କରୋନା ଯୁଦ୍ଧରେ କିପରି ଲୋକଙ୍କ ଜୀବନ ବଞ୍ଚାଯାଇପାରିବ ସେନେଇ ଜନସାଧାରଣଙ୍କୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି । ଏହି ମହତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି । ପ୍ଲାଜମା ଦାନ ସମୟରେ କୋରାପୁଟ ବିଡ଼ିଓ ନରେନ୍ଦ୍ର ନାୟକ, ମାତଳୀପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ପି.କେ ସାମଲ୍ , ବି ପି ଏମ ନୂତନ ସିଂ, ମରିଚମାଳ ନୋଡାଲ୍ ଅଧିକାରୀ କୃଷ୍ଣମୋହନ ପଟ୍ଟନାୟକଙ୍କ ସହ ଜିଲ୍ଲା ପ୍ଲାଜମା ୟୁନିଟ ସଦସ୍ୟା ମମତା ମହାନ୍ତି ଓ ରାଜଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ