Masthead

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ, ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ବିଜୟୀ ହୋଇଥିଲା । ତେଣୁ ଦ୍ୱିତୀୟ ଦିନିକିଆ ଜିତି ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନିକିଆରେ ବିଜୟ ଲକ୍ଷ୍ୟ ମାତ୍ର ୧୧୫ ରନ ଥିବାରୁ ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ରାହୁଲ ଡ୍ରାଭିଡ ମିଡିଲ୍‌ ଅର୍ଡର ବ୍ୟାଟରଙ୍କୁ ଟପ୍‌ ଅର୍ଡରରେ ଖେଳିବା ସୁଯୋଗ ଦେଇଥିଲେ। ମାତ୍ର ଟର୍ନିଂ ଟ୍ରାକ୍‌ରେ ଭାରତ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ବା ପାଇଁ ୫ ଉଇକେଟ ହରାଇଥିଲା। ତେଣୁ ଆଗାମୀ ମ୍ୟାଚରେ ସ୍ବାଭାବିକ ବ୍ୟାଟିଂ ଅର୍ଡରକୁ ନେଇ ଭାରତ ଖେଳିବ ବୋଲି ଆଶା କରାଯାଉଛି।

ଆସନ୍ତା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆକୁ ଭେଟିବ। କେବେଳ ଏତିକି ନୁହେଁ ବିଶ୍ବକପ୍‌ ପୂର୍ବରୁ ପ୍ରତ୍ୟେକ ମ୍ୟାଚ୍‌ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଯେଉଁମାନେ ବି ସୁଯୋଗ ପାଉଛନ୍ତି, ସେମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ବିଶ୍ବକପ୍‌ରେ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ । ଏଥିପୂର୍ବରୁ ଆଉ ୧୧ ଟି ଦିନିକିଆ ଖେଳି ନିଜ ଦଳକୁ ପରଖିବାକୁ ହେବ । ତେଣୁ କିଏ କେଉଁ ସ୍ଥାନ ପାଇଁ ଉପଯୁକ୍ତ ତାହା ଏହି ସମୟରୁ ହିଁ ବାଛିବାକୁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ