Masthead

ମଣିପୁର ଯାଇ ସ୍ଥିତି ଅନୁଧ୍ୟାନ କରିବ ବିରୋଧୀ ମେଣ୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ମଣିପୁର ଯିବ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ । ଇଣ୍ଡିଆର ଏକ ପ୍ରତିନିଧି ଦଳ ମଣିପୁର ଯାଇ ସ୍ଥିତି ଅନୁଧ୍ୟାନ କରିବେ । ଏବଂ ରାଜ୍ୟପାଳଙ୍କୁ ଭେଟିବେ ୨୦ ସାଂସଦ । ମଣିପୁର ଅଶାନ୍ତ ଜାରି ରହିଥିବାରୁ ୨ ଦିନିଆ ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିବେ ପ୍ରତିନିଧି ମଣ୍ଡଳି । ବିରୋଧୀ ପକ୍ଷର ଏହି ଟିମ୍ ସ୍ଥିତି ଅନୁଧ୍ୟାନ କରିବା ପରେ ସଂସଦ ଓ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବ । ବିରୋଧୀ ମେଂଟର ଏହି ମଣିପୁର ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଂସଦ ରବି କିଶନ । ସେ କହିଛନ୍ତି ଯେ, ଏହି ଟିମ୍ ମଣପୁର ବଦଳରେ ପାକିସ୍ତାନ ଓ ଚୀନ ଯିବା କଥା । ଏହାକୁ ନେଇ ବିବାଦ ଛିଡ଼ା ହୋଇଛି ।

ମଣିପୁରରେ ମେ’ ମାସରୁ ହିଂସା ଜାରି ରହିଛି । କୁକି ଓ ମୈତେୟୀ ସମୁଦାୟ ମଧ୍ୟରେ ଚାଲିଥିବା ସଂଘର୍ଷରେ ଏଯାଏଁ ଦେଢ଼ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି । ୫୦ ହଜାରରୁ ଅଧିକ ଘର ଛାଡ଼ି ସାରିଲେଣି । ନିକଟରେ ମଣିପୁରର ଏକ ଲଜ୍ଜାଜନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଏହି ପ୍ରସଙ୍ଗକୁ ନେଇ ସଂସଦରେ ହୋହଲ୍ଲା ଚାଲିଛି । ଅଧିବେଶନ ଆରମ୍ଭ ଦିନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ଲାଗି ରହିଛି । ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି ବିରୋଧୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼