Masthead

ଦ୍ୱିତୀୟ ଦିନିକିଆରେ ଭାରତକୁ ହରାଇଲା ଘରୋଇ ଦଳ ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତକୁ ହରାଇଲା ଘରୋଇ ଦଳ ୱେଷ୍ଟଇଣ୍ଡିଜ୍ । ପ୍ରଥମ ଦିନିକିଆରେ ପରାଜିତ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ମ୍ୟାଚ୍‌କୁ ଜିତି ଶୃଙ୍ଖଳା ବରାବର କରିଛି। ଶନିବାର କେନସିଙ୍ଗଟନ୍‌ ଓଭାଲ୍‌ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳ ୬ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି। ଭାରତର ଧାର୍ୟ୍ୟ ୧୮୨ ରନ୍‌ର ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍‌ ୩୬.୪ ଓଭରରେ ହାସଲ କରିଥିଲା। ପ୍ରଥମ ମ୍ୟାଚ୍‌ରେ କୁଲଦୀପ-ଜାଦେଜା ଯୋଡ଼ି ଯେଉଁ ପ୍ରଦର୍ଶନ ଦେଇଥିଲେ, ଦ୍ବିତୀୟ ମ୍ୟାଚ୍‌ରେ ଉଭୟ ସଂପୂର୍ଣ୍ଣ ଭାବେ ପ୍ରଭାବହୀନ ହୋଇଥିଲେ।

ଶାର୍ଦ୍ଦୁଳ ଠାକୁର ପ୍ରଥମ ତିନି ୱିକେଟ୍‌ ଖସାଇଥିଲେ ବି କାଇଲ୍‌ ମାୟର୍ସ ୩୬ ରନ୍‌ର ଦ୍ରୁତ ପାଳି ଖେଳି ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ପରେ ଅଧିନାୟକ ସାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ  ସହିତ କିସି କାର୍ଟି  ଘରୋଇ ଦଳକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ମ୍ୟାଚ୍‌ ବିଜୟୀ ପାଳି ପାଇଁ ହୋପ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ଘରୋଇ ଦଳ । ସଞ୍ଜୁ (୯) ଓ ଅକ୍ଷର (୧) ଦୁଇ ଅଙ୍କରେ ବି ପହଞ୍ଚିପାରିନଥିଲେ। କେବଳ ଗିଲ୍‌ ଓ ଈଶାନ ୧୬.୫ ଓଭରରେ ୯୦ ରନ୍‌ର ମଜବୁତ୍‌ ଭାଗୀଦାରି କରିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି