Masthead

ଟମାଟୋ ପାଇଁ ବନ୍ଧକ ରହିଲେ ନାବାଳକ

କଟକ  (ବଡ଼ ଖବର ବ୍ୟୁରୋ): ଟମାଟୋ ପାଇଁ ଦୁଇ ନାବାଳକ ବନ୍ଧକ । ଆଜିର ଦିନରେ ବିଲାତିର ଦର ପୁରା ଆକାଶ ଛୁଆଁ । ଧନୀ ଠାରୁ ଆରମ୍ଭ କରି ଗରିବ ପର୍ୟ୍ୟନ୍ତ ସମସ୍ତେ ଏବେ ବିଲାତି କିଣିବା ପାଇଁ ଭୟ କରୁଛନ୍ତି। ଏହାରି ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଛତ୍ରବଜାର ଅଞ୍ଚଳରେ। ଜଣେ ବ୍ୟକ୍ତି ବିଲାତି କିଣିବାକୁ ଆସି ଦୁଇଟି ଅଲଗା ଦୋକାନୀଙ୍କ ନିକଟରେ ଦୁଇଜଣ ନାବାଳକଙ୍କୁ ବସାଇ ବିଲାତି ନେଇଥିଲେ। ଗାଡ଼ିରେ ବିଲାତି ରଖି ଟଙ୍କା ଦେଉଛି ବୋଲି କହି ଦୁଇଟି ଦୋକାନରୁ ୧୦ କିଲୋ ବିଲାତି ନେଇ ଫେରାର ମରିଥିଲା ଠକ ।

ଦୀର୍ଘ ଦୁଇ ଘଣ୍ଟା ପରେ ସେହି ଠକ ବ୍ୟକ୍ତି ଜଣଙ୍କ ନ ଆସିବାରୁ ସନ୍ଦେହ ହୋଇଥିଲା ବିଲାତି ବ୍ୟବସାୟୀ ମାନଙ୍କର। ଏହାପରେ ପିଲା ଦୁଇଟିଙ୍କୁ ଯେତେବେଳେ ପଚରାଯାଇଥିବା ସେତେବେଳେ ସେ କହିଥିଲେ କି ଆମକୁ ୩୦୦ ଟଙ୍କା ଦେଇ ଫ୍ରିଜ ଉଠାଇବାକୁ କହି ଏଠାରେ ବସାଇଛନ୍ତି। ସେହି ବ୍ୟକ୍ତିଙ୍କୁ ଜାଣି ନଥିବା ସହ ତାଙ୍କର ଘର ସମ୍ପର୍କରେ କିଛି ସୂଚନା ନଥିବା କଥା କହିଛନ୍ତି ନାବାଳକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ