Masthead

ଗାଁରେ ବୁଲୁଛି ବାଘ, ଭୟଭୀତ ଗ୍ରାମବାସୀ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ଯୋଡିପଥର ଗାଁରେ ବାଘ ଆତଙ୍କ  । ଗାଁକୁ ରାତି ଅଧରେ ବାଘ ପଶି ଆସିବା ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଗତ ୨୭ ତାରିଖ ରାତି ପ୍ରାୟ ସାଢେ ୧୧ ଟାରେ ଯୋଡ଼ିପଥର ଗାଁରେ ରହୁଥିବା ଜଣେ କଲେଜ ଛାତ୍ର ଘର ପାଖରେ ଥିବା ବେଳେ ବାଘ ଭଳି ଦେଖାଯାଉଥିବା ବନ୍ୟ ଜନ୍ତୁ ଛପିଛପି ଗାଁ ଭିତରକୁ ଆସୁଥିବା ଦେଖିଥିଲେ । ଏହାପରେ ଆଉ ଜଣେ ଯୁବକ ସହ ଲୁଚି ରହି ନିଜ ମୋବାଇଲ ରେ ଭିଡିଓ କରିଥିଲେ । କିଛି ସମୟ ପରେ ଗାଁରେ ଥିବା କୁକୁର ଗୁଡିକ ଭୁକିବା ପରେ ଏହି ବନ୍ୟ ଜନ୍ତୁ ଚାଲିଯାଇଥିଲା ।

ଘଟଣା ଜଣାପଡ଼ିବା ପରେ ଗାଁ ଲୋକେ ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏହା ପୁର୍ବରୁ ଅଞ୍ଚଳରେ ବାଘଥିବା ନଜରକୁ ଆସିନଥିବା ବେଳେ ଏବେ ଅଧରାତିଆ ଗ୍ରାମକୁ ଆସିଥିବା ବନ୍ୟଜନ୍ତୁଟି ଲୋକଙ୍କୁ ଭୟଭୀତ କରିଛି। ଭାଇରାଲ ହେଉଥିବା ଭିଡିଓ ରେ ଦୃଶ୍ୟମାନ ହୋଇଥିବା ବନ୍ୟଜନ୍ତୁଟି ବିରାଡ଼ି ଜାତୀୟ ପଶୁ ଏବଂ ଶରୀର ଲମ୍ବା, ଲାଞ୍ଜ ମଧ୍ୟ ଲମ୍ବା ଥିବା ଜଣାପଡ଼ୁଛି । ଯାହା ଫଳରେ ଏହା କଲରା ପତରିଆ ବାଘ ବୋଲି କୁହାଯାଉଛି । ତେବେ ଶିକାର କରିବା ପାଇଁ ବାଘ ଆସିଥିବା ଅନୁମାନ କରୁଛନ୍ତି ଗ୍ରାମବାସୀ । ଏନେଇ ଚାନ୍ଦିପୁଟ ବନ୍ୟକର୍ମଚାରୀଙ୍କୁ ପଚାରି ବୁଝିବାରୁ ସେ କହିଥିଲେ ଏହା କୌଣସି ବାଘ ନୁହଁ ଭୁଆ ବିରାଡ଼ି, ତେଣୁ ଭୟଭୀତ ହେବାର କୌଣସି କାରଣ ନଥିବା କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ