Masthead

କୋଟି କୋଟି ଟଙ୍କା ଠକିନେଲା ଦିଶା ଫାଉଣ୍ଡେସନ

ବାରିପଦା (ବଡ଼ ଖବର ବ୍ୟୁରୋ): ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକିନେଲା ଦିଶା ଫାଉଣ୍ଡେସନ। ନିର୍ଦ୍ଦେଶକ ଫେରାର ହୋଇଥିବା ବେଳେ ଥାନାରେ ଅଭିଯୋଗ ହୋଇଛି । ମାତ୍ର ଫଳାଫଳ ଶୂନ। ଠକାମୀର ଶିକାର ଯୁବପିଢ଼ି। କୋଟି କୋଟି ଟଙ୍କାର ଠକେଇ । ଚାକିରି ପ୍ରଲୋଭନ ଦେଖାଇ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ପ୍ରାୟ ଦେଢ଼ ବର୍ଷ ତଳୁ ଦିଶା ଫାଉଣ୍ଡେସନ ନାମକ ଏକ ସଂସ୍ଥା ଯୁବକଯୁବତୀମାନଙ୍କୁ ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଛି ।

ଟାଟା ପାୱାର, ତହସିଲ ଏବଂ ଅନ୍ୟ ସରକାରୀ ସଂସ୍ଥାରେ ଚାକିରି କରେଇ ଦେବାର ପ୍ରଲୋଭନ ଦେଖାଇଥିଲା ଦିଶା ଫାଉଣ୍ଡେସନ । ଟିପିଏନ୍ଓଡିଏଲ ମିଟର ବସାଇବା କାର୍ଯ୍ୟରେ ନିୟୋଜିତ ହୋଇଛ କହି ଯୁବକ ଯୁବତୀଙ୍କୁ ପଠାଇଥିଲା । ଏକ ମାସ କାମ କଲା ପରେ ଦରମା ମାଗିଲା ପରେ ଦରମା ଦେଇନଥିଲା ଦିଶା ଫାଉଣ୍ଡେସନ୍। ପରେ ଜଣାପଡିଲା ଦିଶାର ଅସଲ ଉଦ୍ଦେଶ୍ୟ। ଠକାମୀର ଶିକାର ହୋଇଥିବା ଯୁବକମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ପୋଲିସ ହାତଯୋଡି ବସିଛି ।ସେତିକିରେ ସରିନି ଦିଶାର କଳାକାରନାମା ।

ଆରଆଇ ଚାକିରି ମଧ୍ୟ କରାଇ ଦେବ ବୋଲି କହି ଜଣେ ଅବିଭାବକଙ୍କ ଠାରୁ ପ୍ରାୟ ୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଟିପିଏନ୍ଓଡିଏଲର ଅଧିକାରୀମାନେ ମଧ୍ୟ ଏତେବଡ଼ ଚାଲ ବିଷୟରେ ସାମାନ୍ୟ ସୂଚନା ପାଇନଥିଲେ । ତେବେ ଏଭଳି କୌଣସି ସଂସ୍ଥାକୁ ଚାକିରି ପ୍ରଦାନ ପାଇଁ ଅଧିକୃତ କରି ନାହାନ୍ତି ବୋଲି ସୂଚନା ଦେଇଛନ୍ତି ଟିପିଏନ୍ଓଡିଏଲ କର୍ତ୍ତୃପକ୍ଷ । ବାରିପଦା ସହରରେ ଏଭଳି ଜାଲିଆତି ସମ୍ପର୍କରେ କୌଣସି ସରକାରୀ ବାବୁଙ୍କ ପାଖରେ ଖବର ନ ରହିବା ସାଧାରଣ ଲୋକଙ୍କୁ ଚକିତ କରିଛି । ଏ ଭଳି ସ୍ଥିତିରେ ଯୁବକଯୁବତୀମାନେ ସଚେତନ ହେବାର ଆବଶ୍ୟକତା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର