Masthead

କୋଟି କୋଟି ଟଙ୍କା ଠକିନେଲା ଦିଶା ଫାଉଣ୍ଡେସନ

ବାରିପଦା (ବଡ଼ ଖବର ବ୍ୟୁରୋ): ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକିନେଲା ଦିଶା ଫାଉଣ୍ଡେସନ। ନିର୍ଦ୍ଦେଶକ ଫେରାର ହୋଇଥିବା ବେଳେ ଥାନାରେ ଅଭିଯୋଗ ହୋଇଛି । ମାତ୍ର ଫଳାଫଳ ଶୂନ। ଠକାମୀର ଶିକାର ଯୁବପିଢ଼ି। କୋଟି କୋଟି ଟଙ୍କାର ଠକେଇ । ଚାକିରି ପ୍ରଲୋଭନ ଦେଖାଇ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ପ୍ରାୟ ଦେଢ଼ ବର୍ଷ ତଳୁ ଦିଶା ଫାଉଣ୍ଡେସନ ନାମକ ଏକ ସଂସ୍ଥା ଯୁବକଯୁବତୀମାନଙ୍କୁ ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଛି ।

ଟାଟା ପାୱାର, ତହସିଲ ଏବଂ ଅନ୍ୟ ସରକାରୀ ସଂସ୍ଥାରେ ଚାକିରି କରେଇ ଦେବାର ପ୍ରଲୋଭନ ଦେଖାଇଥିଲା ଦିଶା ଫାଉଣ୍ଡେସନ । ଟିପିଏନ୍ଓଡିଏଲ ମିଟର ବସାଇବା କାର୍ଯ୍ୟରେ ନିୟୋଜିତ ହୋଇଛ କହି ଯୁବକ ଯୁବତୀଙ୍କୁ ପଠାଇଥିଲା । ଏକ ମାସ କାମ କଲା ପରେ ଦରମା ମାଗିଲା ପରେ ଦରମା ଦେଇନଥିଲା ଦିଶା ଫାଉଣ୍ଡେସନ୍। ପରେ ଜଣାପଡିଲା ଦିଶାର ଅସଲ ଉଦ୍ଦେଶ୍ୟ। ଠକାମୀର ଶିକାର ହୋଇଥିବା ଯୁବକମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ପୋଲିସ ହାତଯୋଡି ବସିଛି ।ସେତିକିରେ ସରିନି ଦିଶାର କଳାକାରନାମା ।

ଆରଆଇ ଚାକିରି ମଧ୍ୟ କରାଇ ଦେବ ବୋଲି କହି ଜଣେ ଅବିଭାବକଙ୍କ ଠାରୁ ପ୍ରାୟ ୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଟିପିଏନ୍ଓଡିଏଲର ଅଧିକାରୀମାନେ ମଧ୍ୟ ଏତେବଡ଼ ଚାଲ ବିଷୟରେ ସାମାନ୍ୟ ସୂଚନା ପାଇନଥିଲେ । ତେବେ ଏଭଳି କୌଣସି ସଂସ୍ଥାକୁ ଚାକିରି ପ୍ରଦାନ ପାଇଁ ଅଧିକୃତ କରି ନାହାନ୍ତି ବୋଲି ସୂଚନା ଦେଇଛନ୍ତି ଟିପିଏନ୍ଓଡିଏଲ କର୍ତ୍ତୃପକ୍ଷ । ବାରିପଦା ସହରରେ ଏଭଳି ଜାଲିଆତି ସମ୍ପର୍କରେ କୌଣସି ସରକାରୀ ବାବୁଙ୍କ ପାଖରେ ଖବର ନ ରହିବା ସାଧାରଣ ଲୋକଙ୍କୁ ଚକିତ କରିଛି । ଏ ଭଳି ସ୍ଥିତିରେ ଯୁବକଯୁବତୀମାନେ ସଚେତନ ହେବାର ଆବଶ୍ୟକତା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ