Masthead

କ୍ରେଜ ବଢାଉଛି ‘ଗନ୍ସ ଆଣ୍ଡ ଗୁଲାବ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜକୁମାର ରାଓଙ୍କ ଆଗାମୀ ୱେବ ସିରିଜ ‘ଗନ୍ସ ଆଣ୍ଡ ଗୁଲାବ’କୁ ନେଇ କ୍ରେଜ ବଢିବାରେ ଲାଗିଛି । ଏହି ସିରିଜର ଟ୍ରେଲରର ରିଲିଜ ତାରିଖ ସାମ୍ନାକୁ ଆସିଛି । କ୍ରାଇମ-ରୋମାଣ୍ଟିକ-ଡ୍ରାମା କୁ ନେଇ ଏହି ସିରିଜଟି ତିଆରି ହୋଇଛି । ଏହି ସିରିଜରେ ରାଜକୁମାର ରାଓଙ୍କ ସହ ଦୁଲକର ସଲମାନ, ଆଦର୍ଶ ଗୌରବ, ଗୁଲସନ ଦେବୈୟା ଏବଂ ଟିଜେ ଭାନୁ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହି ସିରିଜରେ ୯୦ ଦଶକର ଗ୍ୟାଙ୍ଗଷ୍ଟାର ଏବଂ ହିଂସା ଜଗତକୁ ପୁଣି ଥରେ ପରଦାରେ ଦେଖାଇବାକୁ ଯାଉଛନ୍ତି । ସିରିଜ ‘ଗନ୍ସ ଆଣ୍ଡ ଗୁଲାବ’ର ଟ୍ରେଲର ଅଗଷ୍ଟ ୨ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏଥି ସହିତ ଏହି ସିରିଜର ରିଲିଜ ତାରିଖ ଘୋଷଣା ହୋଇସାରିଛି । ଏହି ସିରିଜଟି ୧୮ ଅଗଷ୍ଟରେ ନେଟଫ୍ଲିକ୍ସରେ ରିଲିଜ ହେବ ।

ରିପୋର୍ଟ ଅନୁଯାୟୀ, ‘ଗନ୍ସ ଆଣ୍ଡ ଗୁଲାବ’ର ପୁରା କାହାଣୀ ଗୁଲାବଗଞ୍ଜ ସହରର ଘଟଣା ଭଳି ମନେ ହୁଏ । ଯେଉଁଠି ପ୍ରତିଦିନ କିଛି ନା କିଛି ଅପରାଧ ଘଟିଥାଏ । ଏହି ପ୍ରୋଜେକ୍ଟ ବ୍ୟତୀତ ଗୁଲସନ ଦେବୈୟା ତାଙ୍କ ଆଗାମୀ ଫିଲ୍ମ ‘ଉଲଝ’ର ସୁଟିଂ ମଧ୍ୟ କରୁଛନ୍ତି । ଏହି ଫିଲ୍ମରେ ଜାନଭୀ କପୁର ମଧ୍ୟ ନଜରେ ଆସିବେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି