ହାଇଦ୍ରାବାଦ (ବଡ଼ ଖବର ବ୍ୟୁରୋ): ପୂରଣ କରିପାରିଲେନି ପ୍ରତିଶ୍ରୁତି । ନିଜ ଗାଲକୁ ଚପଲରେ ପଟିଲେ । ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀ ଜିଲ୍ଲାର ଜଣେ କାଉନସିଲର ନିଜ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ନିଜକୁ ଚପଲରେ ପିଟିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ନରସିପାଟନମ ପୌରପାଳିକା ୱାର୍ଡ ୨୦ର କାଉନସିଲର ମୁଲାପର୍ତ୍ତୀ ରାମରାଜୁ ପରିଷଦ ବୈଠକରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
తెలుగుదేశం పార్టీ తరపున గెలిచిన లింగాపురం గ్రామ గిరిజన ప్రజాప్రతినిధి ఆయన. పదవిలో ఉండి కూడా 30 నెలలుగా గ్రామంలో ఒక్క కుళాయి కూడా వేయించలేకపోయానని… దీనికంటే చచ్చిపోవడం నయమని కౌన్సిలర్ల సమావేశంలో కన్నీరు పెట్టుకుని, చెప్పుతో కొట్టుకున్నారాయన.#AndhraPradesh #NalugellaNarakam… pic.twitter.com/u6k4E5KXZy
— Telugu Desam Party (@JaiTDP) July 31, 2023
ରାମରାଜୁ କହିଛନ୍ତି, କାଉନସିଲର ଭାବରେ ମନୋନୀତ ହେବାର ୩୧ ମାସ ବିତିଗଲାଣି । କିନ୍ତୁ ମୋର ୱାର୍ଡରେ ଡ୍ରେନେଜ, ବିଦ୍ୟୁତ, ପରିମଳ, ସଡ଼କ ଏବଂ ଅନ୍ୟାନ୍ୟ ସମସ୍ୟା ଭଳି ନାଗରିକ ସମସ୍ୟାର ସମାଧାନ କରିବାରେ ମୁଁ ଅସମର୍ଥ। ଅଟୋ ରିକ୍ସା ଚଳାଇ ପରିବାର ପୋଷୁଥିବା ୪୦ ବର୍ଷୀୟ ରାମରାଜୁ କହିଛନ୍ତି ଯେ, ସେ ସମସ୍ତ ବିକଳ୍ପ ଚେଷ୍ଟା କରିଛନ୍ତି କିନ୍ତୁ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରୁ ନାହାଁନ୍ତି।