Masthead

କେବଳ ଭଲପାଇବା ହିଁ ଲାଗିଥିବା ନିଆଁକୁ ଲିଭାଇ ପାରିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଗାମୀ ନିର୍ବାଚନକୁ ନେଇ ଦଳ ମଧ୍ୟରେ ଚାଲିଛି ରଣନୀତି । ଯାହାକୁ ନେଇ ଦଳ ଦଳ ମଧ୍ୟରେ ଚାଲିଛି କସରତ । ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଜଣେ ଅନ୍ୟ ଜଣଙ୍କୁ କରୁଛନ୍ତି କଡ଼ା ସମାଲୋଚନା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିକୁ କରିଛନ୍ତି ସମାଲୋଚନା । ସେ ଟ୍ୱିଟ କରି ଲେଖିଛନ୍ତି ବିଜେପି , ଗଣମାଧ୍ୟମ ଓ ସେମାନଙ୍କ ସହ ଠିଆ ହୋଇଥିବା ତାଙ୍କ କିଛି ସପକ୍ଷବାଦୀ ଦେଶରେ ଘୃଣାର କିରୋସିନ ବିସ୍ତାର କରିଛନ୍ତି । କେବଳ ଭଲପାଇବା ହିଁ ଦେଶର ଏହି ନିଆଁକୁ ଲିଭାଇ ପାରିବ ।

ଏବେ କିଛି ଦିନ ହେବ ରାହୁଲ ବେଶ ଚର୍ଚ୍ଚାରେ ଅଛନ୍ତି । ଗତକାଲି ଆଜଦପୁର ପରିବା ମଣ୍ଡିରେ ପହଞ୍ଚି ପରିବା ବିକାଳିଙ୍କୁ ସାକ୍ଷାତ୍‌ କରିଥିଲେ ରାହୁଲ । ଖାଲି ସେତିକି ନୁହେଁ ଏହାପୂର୍ବରୁ ରାହୁଲ ଗାନ୍ଧୀ ହରିୟାଣାର ସୋନିପାଟରେ ଚାଷୀଙ୍କୁ ଭେଟିଥିବାର ନଜର ଆସିଥିଲେ। ସେ ନିଜେ ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ କ୍ଷେତରେ କାମ କରୁଥିବା, ଟ୍ରାକ୍ଟର ଚଳାଉଥିବା, ଚାଷୀଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ ସେମାନଙ୍କ ସହ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଦିଲ୍ଲୀର କରୋଲ ବାଗରେ ମୋଟର ମେକାନିକ୍ସ ସହିତ ତାଙ୍କର କିଛି ଫଟୋ ଏବଂ ଭିଡିଓ ମଧ୍ୟ ପ୍ରକାଶ ପାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍