Before Header

ଲାଞ୍ଚ ପାଖରେ ବନ୍ଧା ପଡ଼ିଛି ବିକାଶ

0 88

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଗୋଟିଏ ପଟେ ସ୍ୱଚ୍ଛତାର ନାରା । ୫ ଟି ଶାସନର କଥା । ଟ୍ରାନ୍ସପାରନ୍ସିର ସ୍ଲେ।।ଗାନ । ଆଉ ସଭା ସମିତିରେ ବିକାଶର ଦ୍ୱାହି । କିନ୍ତୁ ବାସ୍ତବ କଥା ସମ୍ପୂର୍ଣ୍ଣ ଭିନ୍ନ । ବିକାଶ ବନ୍ଧା ପଡ଼ିଛି ଦୁର୍ନୀତି ଖୋର ଅଧିକାରୀ ଓ କର୍ମଚାରୀଙ୍କ ହାତରେ । ଲାଞ୍ଚ ନଦେଲେ ହଲୁନି ଫାଇଲ । ବିଡ଼ମ୍ବନାର କଥା ଏବେ ଗ୍ରାମାଂଳରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏହି ନିଶା ଗ୍ରାସିଛି । ରାୟଗଡ଼ାବାସୀ ବିକାଶକୁ ଅନାଇ ବସିିଥିବା ବେଳେ ସରକାରୀ ବାବୁମାନେ ସମସ୍ତ ନୀତିନିୟମର ବାଟ ହୁଡିଛନ୍ତି । ବିକାଶର ମଙ୍ଗ ଧରିଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ବିରୋଧରେ ୪ ବର୍ଷରେ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି ।

ରାୟଗଡ଼ା ଜିଲ୍ଲା ଗଠନକୁ ୨୭ ପୂରି ୨୮ ଚାଲିଛି । ୨୨ ବର୍ଷ ବିଜେଡି ନିରବିଚ୍ଛିନ୍ନ ଭାବେ ଶାସନ କରିଆସୁଛି । ଗତ ୪ବର୍ଷରେ ଜିଲ୍ଲାରେ ୫୦ରୁ ଊଦ୍ଧ୍ୱର୍ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ , ପୌରପରିଷଦ, ସମାଜ ମଙ୍ଗଳ, ଶିକ୍ଷା, ମୃତ୍ତିକା ସଂରକ୍ଷଣ, ଗ୍ରାମ୍ୟ ଉନ୍ନୟନ ଏପରିକି ସ୍ୱାସ୍ଥ୍ୟ ବିଭାଗର ବାବୁମାନେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆଉ କିଛି ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି । ଏ ହେଉଛନ୍ତି ଦାମୋଦର ମଲ୍ଳିକ । ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଜନ କାର୍ଯ୍ୟାଳୟରେ କନିଷ୍ଟ ଯନ୍ତ୍ରୀ ରୂପେ କାର୍ଯ୍ୟ କରୁଥିଲେ । ପାଖରେ ବସିଥିବା ମହିଳା ଜଣଙ୍କ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଲ୍ଳକ ।

ସମାଜ ମଙ୍ଗଳ ଉପବିଭାଗରେ ସେ ସୁପରଭାଇଜର ରୂପେ କାର୍ଯ୍ୟ ତୁଲାଉଥିଲେ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୨୦୧୨ରେ ସେ ଭିଜିଲାନ୍ସ କର୍ମଚାରୀ ହାତରେ ଧରାପଡ଼ିଛନ୍ତି । ଏହି ଦମ୍ପତିଙ୍କ ଠାରୁ ୨୮ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ଭିଜିଲାନ୍ସ କୋର୍ଟରେ ଏହି ପତିପତ୍ନୀ ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ସେମାନେ ବହିଷ୍କୃତ ହୋଇଛନ୍ତି । ରାୟଗଡ଼ ପୌରପରିଷଦର କନଷ୍ଠ ଯନ୍ତ୍ରୀ ରଶ୍ମୀରଞ୍ଜନ ବେହେରା ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହି ମାମଲା ବର୍ତ୍ତମାନ ଭିଜିଲାନ୍ସ କୋର୍ଟରେ ବିଚାରାଧୀନ । ବାବୁ ଜଣକ ହେଲେ ଧନଞ୍ଜୟ ଧୋବା । ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସର ରୂପେ ରାୟଗଡ଼ାରେ କାର୍ଯ୍ୟ କରୁଥିଲେ । ଆୟବର୍ହିଭୂତ ମାମଲାରେ ଭିଜିଲାନ୍ସ ହାତରେ ଛନ୍ଦି ହୋଇପଡ଼ିଛନ୍ତି । ତେବେ ରାୟଗଡ଼ା-କୋରାପୁଟ ରାସ୍ତା ପାଶ୍ୱର୍ରେ ଠିଆ ହୋଇଥିବା ଆଲିସାନ ଭବନଟି ହେଉଛି ଧନଞ୍ଜୟଙ୍କର ।

ଯାଞ୍ଚ ପରେ ନିଜ ଆୟ ଠାରୁ ୮୭ ଲକ୍ଷ ୪୦ ହଜାର ୬୨୨ ଟଙ୍କା ଅଧିକ ଥିବା ଜାଣିବା ପରେ ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି । ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକରୀ ରୂପେ କାର୍ଯ୍ୟକରୁଥିଲେ ବ୍ରହ୍ମାନନ୍ଦ । ତାଙ୍କ ନାମରେ ଭିଜିଲାନ୍ସ ବିଭାଗ ୩ ଟି ମାମଲା ରୁଜୁ କରିଥିବାବେଳେ ବିଭାଗୀୟ ତଦନ୍ତ ମଧ୍ୟ ଚାଲିଛି । ଭୂତ ଖାଇଗଲା ଲକ୍ଷାଧିକ ଟଙ୍କା । ପୌରପରିଷଦର ଏଭଳି ଏକ ମାମଲା ତଦନ୍ତ କରୁଛି ଭିଜିଲାନ୍ସ । ପ୍ରତିବର୍ଷ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସରକରୀ ବାବୁମାନେ ନେଉଛନ୍ତି ଶପଥ । ମାତ୍ରେ ଏହା ଧର୍ମକୁ ଆଖିଠାର । ତୃଣମୂଳ ସ୍ତରରୁ ଦୁର୍ନୀତି ନ ହଟିଲେ ବିକାଶ ବାଟ ହୁଡ଼ିବ ହିଁ ହୁଡ଼ିବ ।

Leave A Reply

Your email address will not be published.