Masthead

ରିଲିଜ ହେଲା ‘ଓଏମଜି-୨’ର ଟ୍ରେଲର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅକ୍ଷୟ କୁମାର ଓ ପଙ୍କଜ ତ୍ରିପାଠୀ ସହିତ ଭଗବାନ ଏବଂ ଭକ୍ତର ସର୍ମ୍ପକକୁ ନେଇ ଆଧାରିତ ‘ଓଏମଜି-୨’ର ଟ୍ରେଲର ରିଲିଜ ହୋଇସାରିଛି । ଯେବେଠୁ ଏହି ଫିଲ୍ମର ଘୋଷଣା ହୋଇଛି, ସେବେଠୁ ପ୍ୟାନ୍ସମାନେ ଏହାର ଅପେକ୍ଷାରେ ଅଛନ୍ତି । ପ୍ରଶଂସକମାନେ ଏହାର ଟ୍ରେଲରକୁ ଖୁବ ଉତ୍ସାହର ସହ ଅପେକ୍ଷା କରିଥିଲେ । ଫିଲ୍ମରେ ଅକ୍ଷୟ, ଶିବଙ୍କ ଦୂତ ଏବଂ ପଙ୍କଜ ଜଣେ ଭକ୍ତ ଭାବେ ନଜର ଅସିବେ । ଫିଲ୍ମର ଟ୍ରେଲର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଏହାର କ୍ରେଜ ଦେଖିବାକୁ ମିଳିଛି ।

ଫିଲ୍ମ ‘ଓଏମଜି-୨’ର ଏକ ସାଧାରଣ ପରିବାର ଯିଏ ଭଗବାନ ଶିବଙ୍କୁ ଖୁବ ବିଶ୍ୱାସ କରନ୍ତି । ସେମାନେ ଏକ ଅସୁବିଧାର ସମ୍ମୁଖୀନ ହେବା ପରେ ଶିବ ଦୂତ ତାଙ୍କୁ ପ୍ରେରଣା ଦେବା ସହ ଉତ୍ସାହିତ କରୁଛନ୍ତି ।ଏହି ଚଳଚ୍ଚିତ୍ରରେ ସମାଜ ସହ ଜଡିତ କିଛି ପ୍ରସଙ୍ଗକୁ ସମ୍ନାକୁ ଆସିଛି । କହିବାକୁ ଗଲେ ଫିଲ୍ମର ଟ୍ରେଲରୁ ଭଲ ପ୍ରତିକ୍ରିୟା ମିଳିଛି । ୨୦୧୨ ରେ ଏହି ଫିଲ୍ମର ପ୍ରଥମ ପାର୍ଟ ସୁପରହିଟ ହୋଇଥିବା ବେଳେ ଦୀର୍ଘ ୧୧ବର୍ଷ ପରେ ଏହାର ପାର୍ଟ ୨ ରିଲିଜ ହେବାକୁ ଯାଉଛି । ଫିଲ୍ମର ରିଲିଜ ପରେ ଜଣାପଡିବ ଦର୍ଶକଙ୍କୁ ଏହା କେତେ ପସନ୍ଦ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ