Masthead

ଶିଶୁ ପୁତ୍ରକୁ ଜନ୍ମ ଦେଲେ ଷଷ୍ଠ ଶ୍ରେଣୀର ଛାତ୍ରୀ

ରାଜସ୍ଥାନ(ବଡ଼ ଖବର ବ୍ୟୁରୋ): ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ନାବାଳିକାଙ୍କ ମତରେ ୭ମାସ ପୁର୍ବରୁ ତାଙ୍କ ମାଉସୀଙ୍କ ପୁଅ ତାଙ୍କ ଘରକୁ ବୁଲିବାକୁ ଆସିଥିଲା । ନାବାଳିକାଙ୍କ ସହ ସେ ଦୁଷ୍କର୍ମ କରିଥିଲା । ତେବେ କିଛିଦିନ ତଳେ ସେ ପେଟରେ ପୀଡା ଅନୁଭବ କରିଥିଲେ । ଏବଂ ଜଣାଇଥିଲେ ତାଙ୍କ ମାଙ୍କୁ । ପୀଡିତାଙ୍କ ମା’ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ପରେ ଡାକ୍ତର ସତାଙ୍କୁ ଗର୍ଭବତ୍ତୀ ଘୋଷଣା କରିଥିଲେ ।

ଗୁରୁବାର ରାତିରେ ନାବାଳିକା ଜଣକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପିଡିତାଙ୍କ ମା’ ଜ୍ୟୋତିନଗର ଥାନାରେ ଦୋଷୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ରିପୋର୍ଟ ଅନୁସାରେ ନାବାଳିକା ଜଣକ ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ବାସିନ୍ଦା । ସେ ତାଙ୍କ ପରିବାର ସହ ଜୟପୁରରେ ଗତ କିଛି ବର୍ଷ ହେବ ରହିଆସୁଛନ୍ତି ।

ନାବାଳିକାଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଜଣକ ୧୫ ଜାନୁଆରୀ ରେ ଉତ୍ତରପ୍ରଦେଶରୁ ଜୟପୁର ବୁଲିବାପାଇଁ ଆସିଥିଲା ଏବଂ ତାଙ୍କ ଘରେ ରହିଥିଲା । ପ୍ରାୟ ରାତି ୧ସମୟରେ ଅଭିଯୁକ୍ତ ଜଣକ ପିଡିତାଙ୍କ ମୁହଁ ବନ୍ଧ କରି ତାଙ୍କ ସହ ଦୁଷ୍କର୍ମ କରିଥିଲା । ଯଦି ସେ ଏ ବିଷୟରେ କାହାକୁ କିଛି କୁହନ୍ତି ତେବେ ସେ ତାଙ୍କ ଭଉଣୀଙ୍କୁ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା । ସେଥିପାଇଁ ନାବାଳିକା ଜଣକ ଡରିଯାଇ କାହାକୁ କିଛି କହି ନଥିଲେ । ପରେ ପୋଲିସ ଏହାର ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ