Masthead

ଶିଶୁ ପୁତ୍ରକୁ ଜନ୍ମ ଦେଲେ ଷଷ୍ଠ ଶ୍ରେଣୀର ଛାତ୍ରୀ

ରାଜସ୍ଥାନ(ବଡ଼ ଖବର ବ୍ୟୁରୋ): ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ନାବାଳିକାଙ୍କ ମତରେ ୭ମାସ ପୁର୍ବରୁ ତାଙ୍କ ମାଉସୀଙ୍କ ପୁଅ ତାଙ୍କ ଘରକୁ ବୁଲିବାକୁ ଆସିଥିଲା । ନାବାଳିକାଙ୍କ ସହ ସେ ଦୁଷ୍କର୍ମ କରିଥିଲା । ତେବେ କିଛିଦିନ ତଳେ ସେ ପେଟରେ ପୀଡା ଅନୁଭବ କରିଥିଲେ । ଏବଂ ଜଣାଇଥିଲେ ତାଙ୍କ ମାଙ୍କୁ । ପୀଡିତାଙ୍କ ମା’ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ପରେ ଡାକ୍ତର ସତାଙ୍କୁ ଗର୍ଭବତ୍ତୀ ଘୋଷଣା କରିଥିଲେ ।

ଗୁରୁବାର ରାତିରେ ନାବାଳିକା ଜଣକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପିଡିତାଙ୍କ ମା’ ଜ୍ୟୋତିନଗର ଥାନାରେ ଦୋଷୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ରିପୋର୍ଟ ଅନୁସାରେ ନାବାଳିକା ଜଣକ ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ବାସିନ୍ଦା । ସେ ତାଙ୍କ ପରିବାର ସହ ଜୟପୁରରେ ଗତ କିଛି ବର୍ଷ ହେବ ରହିଆସୁଛନ୍ତି ।

ନାବାଳିକାଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଜଣକ ୧୫ ଜାନୁଆରୀ ରେ ଉତ୍ତରପ୍ରଦେଶରୁ ଜୟପୁର ବୁଲିବାପାଇଁ ଆସିଥିଲା ଏବଂ ତାଙ୍କ ଘରେ ରହିଥିଲା । ପ୍ରାୟ ରାତି ୧ସମୟରେ ଅଭିଯୁକ୍ତ ଜଣକ ପିଡିତାଙ୍କ ମୁହଁ ବନ୍ଧ କରି ତାଙ୍କ ସହ ଦୁଷ୍କର୍ମ କରିଥିଲା । ଯଦି ସେ ଏ ବିଷୟରେ କାହାକୁ କିଛି କୁହନ୍ତି ତେବେ ସେ ତାଙ୍କ ଭଉଣୀଙ୍କୁ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା । ସେଥିପାଇଁ ନାବାଳିକା ଜଣକ ଡରିଯାଇ କାହାକୁ କିଛି କହି ନଥିଲେ । ପରେ ପୋଲିସ ଏହାର ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ