ଆଜି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ; ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ଦିନ । ବିଜୟୀ ହେବାକୁ ଜୋରଦାର ଉଦ୍ୟମ କରିବେ ଦୁଇ ଦଳ । ପ୍ରଥମ ମ୍ୟାଚରେ ପରାଜିତ ହେବାପରେ ଦ୍ୱିତୀୟ ମ୍ୟାଚକୁ ନିଜ ସପକ୍ଷରେ କରିବାକୁ ଜୋରଦାର ଉଦ୍ୟମ କରିବ ଟିମ ଇଣ୍ଡିଆ । ଏଥି ପାଇଁ ପୁରା ପ୍ରସ୍ତୁତ ରହିଛି ପାଣ୍ଡ୍ୟା ବାହିନୀ । ଅନ୍ୟପଟେ ବିଜୟ ଧାରା ଜାରି ରଖିଥିବା ଘରୋଇ ଦଳ ୱେଷ୍ଟଇଣ୍ଡିଜ ଏହି ଦ୍ୱିତୀୟ ମ୍ୟାଚକୁ ଜିତିବା ପାଇଁ ଚେଷ୍ଟା ଜାରି ରଖିବ । ପ୍ରଥମ ଟି-୨୦ରେ ଭାରତ ପ୍ରଥମ ୧୫ ଓଭରରେ ୪ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା ।

କିନ୍ତୁ ପରେ ମାତ୍ର ୩୨ ରନ୍ ଭିତରେ ୫ଟି ୱିକେଟ୍ ହରାଇବାରୁ ପରାଜୟର ସାମ୍ନା କରିଥିଲା । ତେଣୁ ଆଜିର ମ୍ୟାଚ୍ ରେ ମିଡିଲ ଅର୍ଡରରେ ୱିକେଟ୍ ସମ୍ଭାଳି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ଉପଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କ ଖରାପ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ମଧ୍ୟ ପାଲଟିଛି । ସେପଟେ ଘରୋଇ ଟିମ୍ ଆଜିର ମ୍ୟାଚ୍ ଜିତି ସିରିଜ୍ ରେ ୨-୦ରେ ଲିଡ୍ କରିବାକୁ ଲକ୍ଷ୍ୟ ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ