Masthead

ମୂର୍ତ୍ତି ପୁନଃସ୍ଥାପନ ନହେବା ଯାଏ ଆନ୍ଦୋଳନ ଜାରି ରହିବ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):  ପର୍ଶୁରାମଙ୍କ ମୂର୍ତ୍ତି ବିବାଦର ସମାଧାନ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ନେଇ ହିନ୍ଦୁ ସମାଜ ଜାଗରଣ ମଞ୍ଚର ସାମ୍ବାଦିକ ସମ୍ମିଳନୀ । ମୂର୍ତ୍ତି ବିବାଦ ସମାଧାନକୁ ଖଣ୍ଡନ କରିବା ସହ ଏହା ଏକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର କାମ ବୋଲି କହିଛି ଜାଗରଣ ମଞ୍ଚ । ମଞ୍ଚ ସ୍ପଷ୍ଟ କରିଛି ଯେ, ବିଜୁ ମୂର୍ତ୍ତି ହଟାଇ ପର୍ଶୁରାମଙ୍କ ମୂର୍ତ୍ତି ପୁନଃସ୍ଥାପନ ନ ହେବା ଯାଏ ଆନ୍ଦୋଳନ ଚାଲିବ । ଗତ ମାସ ୧୮ ତାରିଖରୁ ଦୀର୍ଘ ୨୦ ଦିନ ହେଲା ପାଟଣାଗଡ଼ ବ୍ରହ୍ମପୁରା ଛକରେ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିଛି । ଦୀର୍ଘ ୪ ବର୍ଷ ହେଲା ବ୍ରହ୍ମପୁରା ଛକରେ ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା କରି ଆସୁଥିଲେ । ଏପରିକି ବ୍ରହ୍ମପୁରା ଛକକୁ ପର୍ଶୁରାମ ଛକ ନାମରେ ନାମିତ କରାଯାଇଥିଲା ।

ଏନେଇ ଏନ୍ଏସିକୁ ଲିଖିତ ଆକାରେ ଜଣା ବି ଯାଇଥିଲା । କିନ୍ତୁ ଶୂନଶାନ ସମୟରେ ବିଧାୟକ ସରୋଜ ମେହେର ବ୍ରହ୍ମପୁରା ଛକରେ ପର୍ଶୁରାମଙ୍କ ମୂର୍ତ୍ତିକୁ ହଟାଇ ବିଜୁ ବାବୁଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ । ଏପରିକି ପର୍ଶୁରାମଙ୍କ ମୂର୍ତ୍ତିକୁ ଟ୍ରାନ୍ସଫର୍ମରରେ ଟାଙ୍ଗି ଦେଇଥିଲେ । ଏନେଇ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସଂଗଠନ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏବଂ ଏହାର ପ୍ରତିବାଦରେ ୨୦ ଦିନ ହେଲା ପର୍ଶୁରାମ ଛକରେ ଧାରଣା ଜାରି ରହିଛି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ ଅଡି ବସିଛନ୍ତି ବିକ୍ଷୋଭକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ