Masthead

ଅବସର ପୂର୍ବରୁ ୬ ବର୍ଷରେ ୧୨ ବିଚାରପତି ଛାଡ଼ିଛନ୍ତି ପଦ

ମୁମ୍ବାଇ ବଡ଼ ଖବର ବ୍ୟୁରୋ): ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ୧୨ ଜଣ ବିଚାରପତି ଅବସର ପୂର୍ବରୁ ପଦ ଛାଡିଲେଣି । ଅବସର ପୂର୍ବରୁ ପଦ ଛାଡୁଥିବା ବିଚାରପତି ପଦ ଛାଡିବା ନେଇ କାରଣ ମଧ୍ୟ ଦର୍ଶାଇଛନ୍ତି । କେହି କେହି ନିଜ ଇଚ୍ଛାରେ ପଦ ଛାଡିଥିବା କଥା କହିଛନ୍ତି ତ କିଛି ବିଚାରପତି ବ୍ୟକ୍ତିଗତ କାରଣରୁ ପଦ ଛାଡିଥିବା ଦର୍ଶାଇଛନ୍ତି । ସେବାରେ ଥିବାବେଳେ କେତେଜଣ ବିଚାରପତି ସ୍ବତନ୍ତ୍ର ପରିସ୍ଥିତିରେ ଇସ୍ତଫା ଦେଇଥିବାବେଳେ ଅନେକ ଅନ୍ୟ ହାଇକୋର୍ଟକୁ ସ୍ଥାନାନ୍ତର କିମ୍ବା ପ୍ରଧାନ ବିଚାରପତି ଭାବରେ ପଦୋନ୍ନତି ମନା କରିବାକୁ ନିଷ୍ପତ୍ତି ନେଇଥିଲେ। ବାର୍‌ ଏବଂ ବେଞ୍ଚର ରିପୋର୍ଟ ଅନୁଯାୟୀ, ୨୦୧୭ ପରଠାରୁ ୧୨ଜଣ ବିଚାରପତି ଅବସର ନେବା ପୂର୍ବରୁ ଏହି ପଦ ଛାଡିଛନ୍ତି ଏବଂ ସର୍ବାଧିକ ସଂଖ୍ୟକ ମାମଲା ବମ୍ବେ ହାଇକୋର୍ଟରୁ ଆସିଛି।

ବମ୍ବେ ହାଇମୋର୍ଟର ଜଷ୍ଟିଶ ରୋହିତ ଦେବ ଅଗଷ୍ଟ ୪ରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରିଟାୟରମେଣ୍ଟର ୨ ବର୍ଷ ପୂର୍ବରୁ ସେ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଇସ୍ତଫା ଘୋଷଣା ସମୟରେ ଉପସ୍ଥିତ ଜଣେ ଓକିଲଙ୍କ କହିବାନୁସାରେ, ଜଷ୍ଟିସ ଦେବ ଇସ୍ତଫା ଦେବାର କାରଣ ସ୍ପଷ୍ଟ କରିନାହାଁନ୍ତି, କିନ୍ତୁ ସେ କହିଛନ୍ତି ଯେ ସେ ନିଜ ଆତ୍ମ ସମ୍ମାନ ବିରୋଧରେ କାର୍ୟ୍ୟ କରିପାରିବେ ନାହିଁ। ସେ ୨୦୨୫ରେ ଅବସର ନେବାକୁ ଯାଉଥିଲେ। ଅବସର ପୂର୍ବରୁ ଯେଉଁମାନେ ଏହି ପଦ ଛାଡିଛନ୍ତି ସେମାନଙ୍କ ମଧ୍ୟରେ ଜଷ୍ଟିସ ରାହୁଲ ଦେବ ହେଉଛନ୍ତି ଦ୍ୱାଦଶ ବିଚାରପତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି