Masthead

ମିଟର ରିଡିଂ ଯୁବକଙ୍କୁ ହତ୍ୟା

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଭଞନଗର ତାରର୍ସିଂ ଥାନା କୃପଟି ଗ୍ରାମରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ଗାଲେରି ମଶାଣି ସାହିର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ।ସୂଚନା ମୁତାବକ ରଘୁନାଥ ତ୍ରିପାଠୀ ଙ୍କ ପୁଅ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ବିଦୁତ୍ ଭିଭାଗ ରେ ମିଟର ରିଡିଙ୍ଗ କାର୍ଯ୍ୟ କରୁଥଲେ ।

ଆଜି ସକାଳ ୧୦ ଟାରେ ନିଜ କର୍ମ କ୍ଷେତ୍ର କୃପାଟି ଗ୍ରାମକୁ ଯାଇଥିଲେ କିନ୍ତୁ ଅଧିକ ବିଲ୍ ଆସିଥିବା ରୁ ଗୋବିନ୍ଦ ସେଠୀ ଗ୍ରାହକ ଲକ୍ଷ୍ମୀ ନାରାୟଣଙ୍କ ସହିତ ବଚସା କରିଥଲେ ।ଏହି ବଚସା ଉଗ୍ର ରୂପ ନେଇଥିଲା ପ୍ରଥମେ ଠେଙ୍ଗା ରେ ଆକ୍ରମଣ କରିଥଲେ ପରେ ଧାରୁଆ ଅସ୍ତ୍ରରେ ଅକ୍ରମଣ କରିଥିବାରୁ ଘଟଣା ସ୍ଥଳରେ ହିଁ ଲକ୍ଷ୍ମୀ ନାରାୟଣଙ୍କ ମୃତୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଥାନାକୁ ଖବର ଦେବା ସହ ତା ଘରକୁ ଯାଉଥିଲେ କିନ୍ତୁ ସେ ଅନ୍ୟ ଜଣେ ଯୁବକ ରିଙ୍କୁ ନାୟକଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

ଫଳରେ ରିଙ୍କୁ ଙ୍କ ତିନୋଟି ଆଙ୍ଗୁଠି କଟି ଯାଇଛି । ଫଳରେ ସ୍ଥାନୀୟ ଲୋକ ଓ ଅଭିଯୁକ୍ତ ଙ୍କ ମଧ୍ୟରେ ଠେଲା ପେଲା ହୋଇଥିବା ବେଳେ ଅଭିଯୁକ୍ତର ମୁଣ୍ଡ ଫାଟିଯାଇଥିଲା । ଫଳରେ ତାକୁ ଘଟଣା ସ୍ଥଳରେ ତାରର୍ଶିଂ ପୋଲିସ ପହଞ୍ଚି ତାକୁ ଗିରଫ କରି ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼