Masthead

୧୩ ଥର ଲଞ୍ଚ, ୧୩ ଥର ଫେଲ: ଅମିତ ଶାହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକ ସଭାରେ ବିରୋଧୀ ଦଳ ‘ଇଣ୍ଡିଆ’ର ଅନାସ୍ଥା ପ୍ରସ୍ତାବକୁ ନେଇ ବୁଧବାର ଆଲୋଚନା ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସରକାରଙ୍କ ତରଫରୁ ଜବାବ ରଖିଥିଲେ। ଏହି ସମୟରେ ସେ ନାଁ ନ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ। ଶାହା କହିଛନ୍ତି, ଏହି ଗୃହରେ ଏପରି ଜଣେ ନେତା ଅଛନ୍ତି, ଯାହାଙ୍କୁ ୧୩ଥର ଲଞ୍ଚ କରାଗଲାଣି, କିନ୍ତୁ ୧୩ ଥର ବିଫଳ ହୋଇଛନ୍ତି। ତାଙ୍କର ଗୋଟିଏ ଲଞ୍ଚ୍‌ ଏହି ଗୃହରେ ହୋଇଥିଲା।

ଜଣେ ଗରିବ ମା’ ବୁନ୍ଦେଲଖଣ୍ଡର ଥିଲେ। ନାମ ଥିଲା କଳାବତି। ସେ ତାଙ୍କ ଘରେ ଖାଇବାକୁ ଗଲେ। ତାଙ୍କ ଦାରିଦ୍ର୍ୟ ଶୁଣି ଏଠାରେ ଆସି ବର୍ଣ୍ଣନା କଲେ। ସରକାର ୬ ବର୍ଷ ଧରି ଚାଲିଥିଲା। ସେ କଳାବତିଙ୍କୁ କ’ଣ ସହାୟତା କଲେ? ସେହି କଳାବତିଙ୍କୁ ଘର, ବିଦ୍ୟୁତ, ଶୌଚାଳୟ, ଗହମ ମୋଦି ସରକାର ଯୋଗାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯଦି ଆପଣ ଆଣିଛନ୍ତି ତାହାଲେ କିଛ ିତ ମୁଦ୍ଦା ରହିବା ଦରକାର । ମୁଁ ସମସ୍ତଙ୍କ ଭାଷଣ ଶୁଣିଲି ।

ଏତବରେ କିଛି ବି ମଚଦ୍ଦା ପାଇଲି ନାହିଁ । କେବଳ ଦ୍ୱନ୍ଦ ସୃଷ୍ଟି କରିବାକୁ ଏହି ପ୍ରସ୍ତାବ ଅଣାଯାଇଛି । ଶାହ ଦାବି କରିଛନ୍ତି ଯେ ପିଏମ ମୋଦୀଙ୍କ ସରକାର ଉପରେ ଲୋକଙ୍କ ସର୍ବାଧିକ ବିଶ୍ୱାସ ରହିଛି। ୩୦ ବର୍ଷ ପରେ, ଲୋକମାନେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ଏକ ସରକାର ଚୟନ କରିଛନ୍ତି । ସ୍ୱାଧୀନତା ପରେ ପିଏମ ମୋଦୀ ହେଉଛନ୍ତି ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ। ଏହା ମୁଁ କହୁ ନାହିଁ ସର୍ଭେ କହୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ