Masthead

ମିଶ୍ରିତ ଟିକା କ୍ଲିନିକାଲ ଟ୍ରାଏଲକୁ ସବୁଜ ସଙ୍କେତ

(ବଡ଼ ଖବର ବ୍ୟୁରୋ): ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛନ୍ତି ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ବା ଡିସିଜିଆଇ। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା ଏହାର ପରୀକ୍ଷା କରାଯିବ ବୋଲି ନୀତି ଆୟୋଗ ସ୍ୱାସ୍ଥ୍ୟ ବିଭାଗ ସଦସ୍ୟ ଡାକ୍ତର ଭି.କେ. ପଲ ସୂଚନା ଦେଇଛନ୍ତି।

ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମିକ୍ସ ଟିକା ଦେବାକୁ ବୈଜ୍ଞାନିକ ଅନୁମତି ମିଳିନି। କିଛି ଦେଶରେ ମିକ୍ସ ଟିକା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ସହାୟକ ହୋଇଛି। ଏହା ବିଶ୍ୱରେ ନୂଆ ନୁହେଁ। ପୂର୍ବରୁ ଇସ୍ରାଏଲ, ୟୁକେରେ ମିକ୍ସ ଟିକା ନିଆଯାଇଛି। ଫାଇଜର ଓ ମଡର୍ଣ୍ଣା ପରି ଟିକା ମିକ୍ସ କିର ମଧ୍ୟ ଦିଆଯାଇଛି। ଦେଶରେ ମଧ୍ୟ ମିକ୍ସ ଟିକାର ଟ୍ରାଏଲ ପାଇଁ ଅନୁମତି ମିଳିଛି। ତେବେ ଭାରତ ସରକାର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ ମିକ୍ସ ଟିକା ଦେଶରେ କାର୍ୟ୍ୟକାରୀ କରାଯିବ। ମିକ୍ସ ଟିକାକୁ ଅନୁମତି ମିଳିଲେ ଟିକାକରଣ ସରଳ ହେବ ବୋଲି ବୋଲି ସିବିକେ ମହାନ୍ତି କହିଛନ୍ତି କହିଛନ୍ତି।

ଗତ ଜୁଲାଇ ୨୯ରେ ଏହି ଦୁଇ ଡୋଜର ମିକ୍ସଡ ପ୍ରୟୋଗ ଲାଗି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସସିଓ)ର ବିଷୟଗତ ବିଶେଷଜ୍ଞ କମିଟି ସ୍ୱୀକୃତି ଦେଇଥିଲା। ପୂର୍ବରୁ ଉତ୍ତରପ୍ରଦେଶରେ ବିଭିନ୍ନ ବୟସର ଉଭୟ ପୁରୁଷ ଓ ମହିଳାଙ୍କୁ ପ୍ରଥମେ କୋଭିସିଲଡ ଦିଆଯିବା ପରେ ଏହାର ୬ ମାସ ପରେ କୋଭାକ୍ସିନ ଦିଆଯାଇଥିଲା। ତେବେ ମିକ୍ସଡ ଡୋଜ ନେଲେ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଆଇସିଏମଆର କହିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ