Masthead

ଶିଶୁ ନିର୍ଯାତନା ଅପରାଧରେ ୧୨ ବର୍ଷ ଜେଲ ଦଣ୍ଡ

ଲଣ୍ଡନ (ବଡ଼ ଖବର ବ୍ୟୁରୋ):ଲଣ୍ଡନ ଛୋଟ ଶିଶୁ ମାନଙ୍କ ସହ ଅପବ୍ୟବହାର କରିଥିବାରୁ ଲଣ୍ଡନ ର ଏକ ପ୍ରାୟିମେରି ସ୍କୁଲର ଡେପୁ୍ୟଟି ପ୍ରଧାନ ଶିକ୍ଷକଙ୍କୁ ଏହି ବୁଧବାର ଦିନ ୧୨ ବର୍ଷ କରାଦଣ୍ଡ ମିଳିଛି । ଅଭିଯୋଗଟି ହେଉଛି ଯେ ସେ ଛୋଟ ଛୋଟ ଶିଶୁ ମାନଙ୍କ ସହ ଅପବ୍ୟବହାର କରିବା ପାଇଁ ସେ ଭାରତୀୟ ତରୁଣ ମାନଙ୍କୁ ଆଦେଶ ଦେଉଥିଲେ । ଅଭିଯୋଗ ଅନୁଯାୟୀ ସାଉଥ ଲଣ୍ଡନର ଇଷ୍ଟଡୁଲୱିଚ ଠାରେ ବାସ କରୁଥିବା ୩୫ ବର୍ଷର ମାଥେ ସ୍ମିଥ୍ ଇଣ୍ଟରନେଟ ମାଧ୍ୟମରେ ଛୋଟ ପିଲାମାନଙ୍କୁ ଖରାପ କାମରେ ଲିପ୍ତ କରିବା ପାଇଁ ଅନେକ ନୀଚ୍ଚ ଧରଣର ଜିନିଷ ସେୟାର କରୁଥିଲେ । ଏଥିପାଇଁ ତାଙ୍କୁ ବିଗତ ବର୍ଷ ନଭେମ୍ବର ମାସରେ ୟୁକେର ନ୍ୟାସନାଲ କ୍ରାୟିମ ଏଜେନ୍ସି ଆରେଷ୍ଟ କରି ତାଙ୍କୁ ସାଉଥୱାର ର କ୍ରାଉନ କୋର୍ଟ ଲଣ୍ଡନ କୁ ପଠାଇଥିଲା । ନ୍ୟାସନାଲ କ୍ରାୟିମ ଏଜେନ୍ସି ଅନୁଯାୟି ସ୍ମିଥଙ୍କୁ ଆରେଷ୍ଟ କରିବା ସମୟରେ ସେ ଅନଲାଇନ ଥାଇ ଭାରତର ଜଣେ ତରୁଣଙ୍କ ସହ ଏକ ଛୋଟପିଲାର ଯୌନ ସମ୍ବନ୍ଧିୟ ଫଟୋ ମାଗୁଥିଲେ, ଏହା ବଦଳରେ ସେ ତାଙ୍କୁ ଟଙ୍କାର ଲୋଭ ମଧ୍ୟ ଦେଖାଇଥିଲେ । ଏହା ସହ ସ୍ମିଥ ଙ୍କ ମମ୍ପ୍ୟୁଟରରେ ଶିଶୁ ଯୌନ ସମ୍ବନ୍ଧୀୟ ଅନେକ ୱେବସାଇଟ ଥିବାର ସନ୍ଧାନ ମଧ୍ୟ ମିଳିଛି । ଛୋଟ ଛୁଆଙ୍କ ସହ ଏପରି ଘୃଣ କାର୍ଯ୍ୟ କରିବା ପାଇଁ ଟିକେ ତାଙ୍କ ମନରେ ଟିକେ ବି ସମ୍ବେଦନ ନଥିଲା, ଏବଂନ୍ୟାସନାଲ କ୍ରାୟିମ ଏଜେନ୍ସିର ରିପୋର୍ଟ ଅନୁଯାୟୀ ବିଗତ ୫ ବର୍ଷ ଭିତରେ ଛୋଟ ପିଲାଙ୍କ ସହ ଅପବ୍ୟବହାର ଏବଂ ତାଙ୍କ ଯୌନ ସମ୍ବନ୍ଧୀୟ ଫଟୋ ଆଣିବାପାଇଁ ଭାରତୀୟ ତରୁଣ ମାନଙ୍କୁ ସମୁଦାୟ ୬୫ ହଜାର ୩୯୮ ପାଉଣ୍ଡ ପ୍ରଦାନ କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ