Masthead

ସ୍ୱପ୍ନ ଚୂରମାର କରିଦେଲା ନିଆଁ

ହାଟଡ଼ିହି (ବଡ଼ ଖବର ବ୍ୟୁରୋ):କେତେ କଣ ସ୍ୱପ୍ନ ଦେଖିଥିଲେ ଓରାଳି ଗ୍ରାମର ବିଧବା ମହିଳା ପ୍ରମିଳା ମାଝୀ। ଦିନ କେଇଟା ପରେ କରିଥାନ୍ତେ ଝିଅ ବାହାଘର। ହେଲେ ସବୁ ସ୍ୱପ୍ନ କୁ ଚୁର ମାର କରିଦେଲା କରାଳ ନିଆଁ।ଏପରି ଘଟଣା ଦେଖିବାକୁ ମିଳିଛି ହାଟଡ଼ିହି ବ୍ଲକ ଓରାଳି ପଞ୍ଚାୟତ ଓରାଳି ଗ୍ରାମ ଦକ୍ଷିଣ ସାହିରେ। ଗ୍ରାମର ପ୍ରମିଳା ଗତକାଲି ରାତି ୮ଟାରେ ରୋଷେଇ ସାରି ପୁଅକୁ ଡାକିବାକୁ ଯାଇଥିବା ବେଳେ ତାଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ଘରେ ନଥିବା ବେଳେ ପଡୋଶୀ ମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇ ନଥିଲେ। ହାଟଡ଼ିହି ରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଲିଭାଇ ଥିଲେ। କିନ୍ତୁ ସେତେବେଳକୁ ପ୍ରମିଳା ନିଜ ଝିଅ ବାହାଘର ପାଇଁ ରଖିଥିବା ସୁନା, ରୁପା ଗହଣା, ବାସନ କୁସନ ସମେତ ସମସ୍ତ ଗୃହୁଉପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ଏପରିକି ଘରେ ବନ୍ଧା ହୋଇଥିବା ୭ଟି ଛେଳି ଓ ଗୋଟିଏ ଗୋରୁ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅନ୍ୟ ଦୁଇଟି ଗୋରୁ ନିଆଁ ରେ ପଡିଯାଇ ଗୁରୁତର ହୋଇଛନ୍ତି। ଏବେ କେଉଁଠି ରହିବେ, କିପରି ଝିଅ ବାହାଘର କରିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ବିଧବା ପ୍ରମିଳା।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ