Before Header

କଂଗ୍ରେସ ବିଧାୟକଙ୍କୁ ଘରୁ ଉଠାଇ ନେଲା ପୋଲିସ

0 54

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ସୁଖପାଲ ସିଂ ଖୈରାଙ୍କୁ ଘରୁ ଉଠାଇନେଲା ପୁଲିସ । ଫାଜିଲ୍ଲା ଜଲାଲାବାଦଠାରେ ନାର୍କେଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସସପେନ୍ସ ଆକ୍ଟ ଅନୁଯାୟୀ ୮ ବର୍ଷ ତଳର ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଆଜି ଭୋରୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଯାହାକୁ ନେଇ ସୁଖପାଲ ରାଜିବା ସହ ଫେସବୁକରେ ଲାଇଭ ଭିଡିଓ କରିଛନ୍ତି । ସେ କହିଛନ୍ତି ରାଜନୈତିକ ହିସାବ କରିବା ପାଇଁ ତାଙ୍କୁ ହଇରାଣ କରାଯାଉଛି। ଭିଡିଓରେ ସେ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ସେମାନେ ପୁଲିସକୁ ୱାରେଣ୍ଟ ଦେଖାଇବାକୁ ଦାବି କରୁଛନ୍ତି।

Leave A Reply

Your email address will not be published.