Masthead

ଥାନା ପୋଡି ଘଟଣାରେ ଗ୍ରାଉଣ୍ଡ ଜିରୋରେ ପହଁଞ୍ଚିଛି ବିଜେପି ଟିମ୍

ବାଲିଗୁଡା(ବଡ଼ ଖବର ବ୍ୟୁରୋ):  ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଗ୍ରାଉଣ୍ଡ ଜିରୋରେ ପହଁଞ୍ଚିଛି ବିଜେପି ଟିମ୍ । ଫିରିଙ୍ଗିଆ ବ୍ଲକର ଗାଁ ଗାଁ ବୁଲି ଲୋକଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଥାନାରେ ଥିବା ପୋଲିସ କର୍ମଚାରୀ ଏବଂ ଫିରିଙ୍ଗିଆ ଲୋକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ବରିଷ୍ଠ ବିଜେପି ନେତା ବିରଞ୍ଚି ନାରାୟଣ ତ୍ରିପାଠୀ, ବିଧାୟକ ନାଉରି ନାୟକ, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଅଶୋକ ମିଶ୍ର, ବିଭୁତି ଜେନା, ଗୋକୁଳାନନ୍ଦ ମଲ୍ଲିକ,ଜଗନ୍ନାଥ ସାହୁ ଫୀରିଙ୍ଗିଆ ଗସ୍ତ କରିଛନ୍ତି । ପୋଲିସର ତାଲିବାନ ଶାସନକୁ ବିଜେପି ଟିମ ଆଗରେ ବଖାଣିଛନ୍ତି ସାଧାରଣ ଲୋକେ।

ପୋଲିସ ଗାଁ ଗାଁ ବୁଲି ଭୟଭୀତ କରୁଛି। ଯାହାକୁ ଦେଖିବ ପୋଲିସ ଉଠାଇ ନେଉଛି। ଗାଁ ରେ ରହିବାକୁ ଡର ଲାଗୁଛି। ଚାରି ଚକିଆ ଗାଡି ଦେଖିଲେ ଜଙ୍ଗଲକୁ ଧାଇଁବାକୁ ପଡୁଛି । ଘଟଣାରେ ଯେଉଁମାନେ ସମ୍ପୃକ୍ତି ନାହାନ୍ତି,କିମ୍ବା ଘଟଣାଦିନ ଯେଉଁମାନେ ନଥିଲେ ସେମାନଙ୍କ ଉପରେ ପୋଲିସ ମାମଲା ରୁଜୁ କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।ଥାନା ପୋଡି ଘଟଣା ପୂର୍ବରୁ ଗଞ୍ଜେଇ ଖୋଜିବାକୁ ଆସି ଗାଁ ର ସମସ୍ତ ଗାଁ ଲୋକଙ୍କ ଘରେ ପଶୁଛି ପୋଲିସ। ଗଞ୍ଜେଇ ନ ବାହାରିଲେ ମଧ୍ୟ ମିଥ୍ୟା ମାମଲା ରୁଜୁ ହେଉଥିଲା। ପୋଲିସ ବର୍ତ୍ତମାନ ଯେଉଁଭଳି ଭୟଭୀତ କରୁଛି ଯଦି ସେମିତି ଲାଗିରୁହେ। ତେବେ ପୁଣି ଗାଁ ଗାଁରେ ଅସନ୍ତୋଷ ଦେଖାଦେଵ ବୋଲି କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ