Masthead

ଅଣ୍ଡା ଦର ଏବେ ଆକାଶ ଛୁଆଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖାଉଟିଙ୍କ ଚିନ୍ତା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ଅଣ୍ଡା ଦର ଏବେ ଆକାଶ ଛୁଆଁ । ବଜାରରେ ବଢିଛି ଅଣ୍ଡା ଦର । କିଛି ଦିନ ତଳେ ବଜାରରେ ଅଣ୍ଡା ଦର ୭ଟଙ୍କା ୧୫ପଇସା ଥିବା ବେଳେ ବର୍ତ୍ତମାନ ଅଣ୍ଡା ଦର ୯ ଟଙ୍କାକୁ ଛୁଇଁଛି । ହଠାତ୍ ଦର ସିଧା ୨ଟଙ୍କା ବଢିଛି । ଅଣ୍ଡା ଟ୍ରେ ପୂର୍ବରୁ ୧୮୦ଟଙ୍କା ଥିବା ବେଳେ ଏବେ ତାହା ୨୭୦ଟଙ୍କାରେ ପହଞ୍ଚିଛି । ଅଣ୍ଡା ଉତ୍ପାଦନକାରୀମାନେ ଗୋଟିଏ ଅଣ୍ଡାକୁ ୭ଟଙ୍କା ୧୫ପଇସାରେ ବିକ୍ରି କରୁଛନ୍ତି । ଖୁଚୁରା ବ୍ୟବସାୟୀମାନେ ପାଖାପାଖି ଗୋଟିଏ ଅଣ୍ଡାକୁ ୯ଟଙ୍କା ରେ ବିକ୍ରି କରୁଛନ୍ତି । ସେପଟେ ମତ୍ସ୍ୟ ଓ ପ୍ରାଣୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଅଣ୍ଡାର ରପ୍ତାନୀ ବଢିଛି । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ମୋର୍ଟଲିଟି ରେଟ ବଢିଛି ।

ଯାହାପାଇଁ ଅଣ୍ଡାଦର ବୃଦ୍ଧି ହୋଇଛି । ମନ୍ତ୍ରୀ କହିଛନ୍ତି ବିଦେଶକୁ ଅଣ୍ଡା ରପ୍ତାନୀ ବଢିଛି । ଧୀରେ ଧୀରେ ଉତ୍ପାଦନ ବଢିଲେ ଦର କମିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ରାଜ୍ୟରେ ଦୈନିକ ୧ କୋଟି୨୬ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ସେହି ଅନୁପାତରେ ବାର୍ଷିକ ୪୬୦ କୋଟି ଅଣ୍ଡା ଉତ୍ପାଦନ ହେଉଛି । ତେବେ ରାଜ୍ୟରେ ବାର୍ଷିକ ୮୦୦ରୁ ୯୦୦ କୋଟି ଅଣ୍ଡାର ଆବଶ୍ୟକତା ରହିଛି । ଯେଉଁଥି ପାଇଁ ଅଭାବ ଦେଖା ଯାଉଛି। ଏହାକୁ ୨ କୋଟି ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି