Masthead

ଝାଡ଼ଖଣ୍ଡ ଚାଇବାସା ଜଙ୍ଗଲରୁ ମିଳିଲା ମିଶିର ବିଶ୍ରାର ବଙ୍କର, ଓଡ଼ିଶା ସୀମାରେ ହାଇଆଲର୍ଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାଓ ହାମଲା ନେଇ ଓଡ଼ିଶା ସୀମାରେ ହାଇଆଲର୍ଟ । ଝାଡ଼ଖଣ୍ଡ ଚାଇବାସା ଜଙ୍ଗଲରୁ ମିଶିର ବିଶ୍ରାର ବଙ୍କର ମିଳିବା ପରେ ଓଡ଼ିଶା ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ହାଡକୋର ମାଓବାଦୀ ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ । ମିଶିର ସିପିଆଇ ମାଓବାଦୀ ସଙ୍ଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ପୂର୍ବାଞ୍ଚଳ ଜୋନ ପ୍ରମୁଖ । ବଙ୍କର ଭିତରୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ବଙ୍କରରୁ ବହୁ ଅତ୍ୟାଧୁନିକ ମାରଣାସ୍ତ୍ର, ଖାଦ୍ୟ ସାମଗ୍ରୀ, ଔଷଧ ମିଳିଛି । ରକେଟ ଲଞ୍ଚର , ମୋର୍ଟାଲ ଭଳି ଅନେକ ଭୟାନକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ମାଓବାଦୀ ମିଶିର ବେଶ୍ରା ଏହି ବଙ୍କର ତଳେ ରହି ଚଳାଉଥିଲା ମାଓ ମିଶନ । ସୂଚନା ଅନୁସାରେ ଅଗଷ୍ଟ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଇବାସା ଜଙ୍ଗଲରେ ସିଆପିଏଫ୍, ଝାଡ଼ଖଣ୍ଡ ପୋଲିସ, କୋବ୍ରାବାହିନୀ, ଝାଡ଼ଖଣ୍ଡ ଜାଗୁଆର ୱେଷ୍ଟସିଂହୋମରେ ଚଳାଇଥିଲେ କୁମ୍ବିଂ ଅପରେସନ୍ ।

ଏହି ସମୟରେ ବଙ୍କର ନିକଟରେ ଉଭୟ ସେନାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ଅଧଘଣ୍ଟାର ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ । ୨୪ ଘଣ୍ଟା ଏହି ବଙ୍କର ନିକଟରେ ପ୍ରହରା ଦେଉଥିଲେ ସଶସ୍ତ୍ର ମାଓବାଦୀ । ଝାଡଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ରାଜ୍ୟ ପାଇଁ ମିଶିର ମୋଷ୍ଟ ୱାଣ୍ଟେଡ ରହିଛି । ମିଶିର ମୁଣ୍ଡପାଇଁ ଏକ କୋଟି ଟଙ୍କାର ପୁରସ୍କାର ରହିଛି । ୨୦୧୮ ପୂର୍ବରୁ ଓଡ଼ିଶାରେ ମଧ୍ୟ ମିଶିର ମାଓବାଦୀ କାର୍ୟ୍ୟକଳାପ କରି ଆସୁଥିଲା । ସମ୍ବଲପୁର, ଦେବଗଡ, ସୁନ୍ଦରଗଡ ଡିଭିଜନ୍ ତିଆରି କରିଥିଲା । ଓଡ଼ିଶା ପୋଲିସ ପକ୍ଷରୁ ତା ମୁଣ୍ଡ ପାଇଁ ୨୦ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ତେବେ ଏହି କମ୍ବିଂ ଅପରେସନ ବେଳେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଜଙ୍ଗଲ ଛାଡି ମିଶିର ଅନ୍ୟ ରାଜ୍ୟକୁ ପଳାଇଯାଇଥିବା ସୂଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ