Masthead

ଝାଡ଼ଖଣ୍ଡ ଚାଇବାସା ଜଙ୍ଗଲରୁ ମିଳିଲା ମିଶିର ବିଶ୍ରାର ବଙ୍କର, ଓଡ଼ିଶା ସୀମାରେ ହାଇଆଲର୍ଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାଓ ହାମଲା ନେଇ ଓଡ଼ିଶା ସୀମାରେ ହାଇଆଲର୍ଟ । ଝାଡ଼ଖଣ୍ଡ ଚାଇବାସା ଜଙ୍ଗଲରୁ ମିଶିର ବିଶ୍ରାର ବଙ୍କର ମିଳିବା ପରେ ଓଡ଼ିଶା ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ହାଡକୋର ମାଓବାଦୀ ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ । ମିଶିର ସିପିଆଇ ମାଓବାଦୀ ସଙ୍ଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ପୂର୍ବାଞ୍ଚଳ ଜୋନ ପ୍ରମୁଖ । ବଙ୍କର ଭିତରୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ବଙ୍କରରୁ ବହୁ ଅତ୍ୟାଧୁନିକ ମାରଣାସ୍ତ୍ର, ଖାଦ୍ୟ ସାମଗ୍ରୀ, ଔଷଧ ମିଳିଛି । ରକେଟ ଲଞ୍ଚର , ମୋର୍ଟାଲ ଭଳି ଅନେକ ଭୟାନକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ମାଓବାଦୀ ମିଶିର ବେଶ୍ରା ଏହି ବଙ୍କର ତଳେ ରହି ଚଳାଉଥିଲା ମାଓ ମିଶନ । ସୂଚନା ଅନୁସାରେ ଅଗଷ୍ଟ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଇବାସା ଜଙ୍ଗଲରେ ସିଆପିଏଫ୍, ଝାଡ଼ଖଣ୍ଡ ପୋଲିସ, କୋବ୍ରାବାହିନୀ, ଝାଡ଼ଖଣ୍ଡ ଜାଗୁଆର ୱେଷ୍ଟସିଂହୋମରେ ଚଳାଇଥିଲେ କୁମ୍ବିଂ ଅପରେସନ୍ ।

ଏହି ସମୟରେ ବଙ୍କର ନିକଟରେ ଉଭୟ ସେନାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ଅଧଘଣ୍ଟାର ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ । ୨୪ ଘଣ୍ଟା ଏହି ବଙ୍କର ନିକଟରେ ପ୍ରହରା ଦେଉଥିଲେ ସଶସ୍ତ୍ର ମାଓବାଦୀ । ଝାଡଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ରାଜ୍ୟ ପାଇଁ ମିଶିର ମୋଷ୍ଟ ୱାଣ୍ଟେଡ ରହିଛି । ମିଶିର ମୁଣ୍ଡପାଇଁ ଏକ କୋଟି ଟଙ୍କାର ପୁରସ୍କାର ରହିଛି । ୨୦୧୮ ପୂର୍ବରୁ ଓଡ଼ିଶାରେ ମଧ୍ୟ ମିଶିର ମାଓବାଦୀ କାର୍ୟ୍ୟକଳାପ କରି ଆସୁଥିଲା । ସମ୍ବଲପୁର, ଦେବଗଡ, ସୁନ୍ଦରଗଡ ଡିଭିଜନ୍ ତିଆରି କରିଥିଲା । ଓଡ଼ିଶା ପୋଲିସ ପକ୍ଷରୁ ତା ମୁଣ୍ଡ ପାଇଁ ୨୦ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ତେବେ ଏହି କମ୍ବିଂ ଅପରେସନ ବେଳେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଜଙ୍ଗଲ ଛାଡି ମିଶିର ଅନ୍ୟ ରାଜ୍ୟକୁ ପଳାଇଯାଇଥିବା ସୂଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ