Masthead

ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କୁ ଗ୍ରହଣ କରୁନି ଜଳେଶ୍ୱର ବିଜେଡି

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ):  ରାଜ୍ୟ ରାଜନୀତି ମାନଚିତ୍ରରେ ବାଲେଶ୍ୱର ଜିଲ୍ଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ୮ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ବିଶିଷ୍ଟ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ବେଶ୍ ସମ୍ୱେଦନଶୀଳ । ୨୦୧୯ରେ ବିଜେଡିକୁ ଛାଡି ଦେଲେ ବିଜେପି ଓ କଂଗ୍ରେସ ଅନ୍ୟ ଦଳରୁ ପ୍ରାର୍ଥୀ ଆଣି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଥିଲେ । ସମସ୍ତଙ୍କୁ ପଛରେ ପକାଇ ଅଶ୍ୱିନୀ କୁମାର ପାତ୍ର ୮୫, ୪୩୫ ଭୋଟ ହାତେଇ ଥିଲେ । ୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିି, ବିଜେପି ଓ କଂଗ୍ରେସ ଭିତରେ ଆରମ୍ଭ ହେଲାଣି କନ୍ଦଳ ।

କନ୍ଦଳ ଏମିତି ରୂପ ନେଇଛି ଯେ ବାଟରେ ପଡ଼ି ଦାଣ୍ଡରେ ଗଡୁଛି । ବିଜେଡି ଯୁବ ଗୋଷ୍ଠୀ ଚାହୁଁଛନ୍ତି ଅଶ୍ୱିନୀଙ୍କ ପରିବର୍ତ୍ତେ ନୂଆ ମୁହଁ । କିନ୍ତୁ ବିଜେଡି ହୁଏତ ତ ସେ ଭୁଲ କରିନପାରେ । ଅଶ୍ୱିନୀ ପ୍ରଥମେ ଜନତା ଦଳ ପରେ ବିଜେପିରୁ ବିଧାୟକ ହୋଇଥିଲେ । ପରେ ଦୁଇଥର ବିଜେଡିରୁ ବିଧାୟକ ହୋଇଛନ୍ତି । ଯଦି ବିଜେଡି ଅନ୍ୟ କାହାକୁ ସାମ୍ନାକୁ ଆଣେ ତେବେ ଅଶ୍ୱିନୀ କରିପାରନ୍ତି ବଡ଼ ଗେମ । ସେପଟେ ବର୍ଷ ବର୍ଷ ଧରି ବିଜେପି ନେତା ଶୂନ୍ୟ । ଅନ୍ୟ ଦଳର ନେତାଙ୍କୁ ଡାକି ନିର୍ବାଚନ ପାର୍ ହେବା ଚେଷ୍ଟାରେ ବିଜେପି । ଯାହା ୨୦୧୯ ନିର୍ବାଚନ ଜ୍ୱଳନ୍ତ ପ୍ରମାଣ ।

ଚର୍ଚ୍ଚା ହେଉଛି ୨୦୨୪ରେ ଜଳେଶ୍ୱର ମୁ୍ୟନସିପାଲଟିର ପୂର୍ବତନ ଅଧ୍ୟକ୍ଷ ପ୍ରବୀର ପ୍ରଧାନଙ୍କୁ ଟିକେଟ ଦେଇ ନିର୍ବାଚନ ଲଢ଼ିବାକୁ ଦଳ ପ୍ରସ୍ତୁତ ହେଉଛି । ଅନ୍ୟପଟେ କଂଗ୍ରେସ ରଣନୀତି ଆରମ୍ଭ କରିଦେଇଛି । ଏକଦା କଂଗ୍ରେସର ଗଡ ଥିଲା ଜଳେଶ୍ୱର । ୨୦୦୯ରେ ଅଶ୍ୱିନୀ ପାତ୍ରଙ୍କୁ ପରାସ୍ତ କରି କଂଗ୍ରେସର ଦେବୀପ୍ରସନ୍ନ ଚାନ୍ଦ ବିଜୟୀ ହୋଇଥିଲେ । ୨୦୧୪ରେ ଦେବୀପ୍ରସନ୍ନ ଚାନ୍ଦ ପରାସ୍ତ ପରେ ୨୦୧୯ ରେ ନୂଆ ଚେହେରା ଭାବେ ସୁଦର୍ଶନ ଦାସଙ୍କୁ କଂଗ୍ରେସ ପ୍ରାର୍ଥୀ କରି ବିଫଳ ହୋଇଥିଲା । ୨୦୨୪ରେ କଂଗ୍ରେସରୁ ସୁଦର୍ଶନ ଦାସ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ