Masthead

ବିବାଦରେ ମିଶନ ଶକ୍ତି କାଫେ, ଉଦଘାଟନ କଲେ ବିଧାୟିକା ତାଲା ପକାଇଲେ ସରପଞ୍ଚ

ଝାରସୁଗୁଡା(ବଡ଼ ଖବର ବ୍ୟୁରୋ): ଆସନ୍ତା ଅଗଷ୍ଟ ୧୯ ଏଵଂ ୨୦ ତାରିଖରେ ୫ଟି ସଚିବଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ତରବରିଆ ଭାବେ ବିଭିନ୍ନ ଜାଗାରେ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଜାରି ରହିଛି । ଲଇକେରା ଠାରେ ମିଶନ ଶକ୍ତି କାଫେ ପରିଦର୍ଶନ କାର୍ଯ୍ୟକ୍ରମ ରହିଥିବା ବେଳେ ରବିବାର ଏହାର ଉଦଘାଟନ କାର୍ଯ୍ୟକ୍ରମ ରହିଥିଲା।

କିନ୍ତୁ ୫ଟି ସଚିବଙ୍କ ଗସ୍ତ ପୂର୍ବରୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡିର ଗୋଷ୍ଠୀ କନ୍ଦଳ ଦେଖା ଯାଉଛି। ସକାଳେ ବିଧାୟିକା ଦୀପାଳି ଦାସ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲଇକେରା ବିଡ଼ିଓ ଅଲେଖ ଘୁଟା, ବ୍ଲକ ଅଧ୍ୟକ୍ଷ ସଂଜିତ ନାୟକ, ଜିଲ୍ଲାପରିଷଦ ସଭ୍ୟା ଅଞ୍ଜୁକ୍ତା ବେହେରାଙ୍କ ସହିତ ଝାରସୁଗୁଡ଼ା ଜିଲ୍ଲା ମହିଳା ବିଜୁ ଜନତା ଦଳର ସଭାପତି ରୋଜାଲିନ ପଟେଲ ଉପସ୍ଥିତ ଥିଲେ । କିନ୍ତୁ ସ୍ଥାନୀୟ ସରପଞ୍ଚ ପ୍ରିୟମ୍ବଦା ବେହେରାଙ୍କୁ ସେଠାରେ ଅଣଦେଖା କରାଯାଇଥିଲା ବୋଲି ଅଭିଯୋଗ ହେଉଛି ।

ଏହା ସମ୍ପୂର୍ଣ୍ଣ ଭାବେ ସରକାରୀ କାର‌୍ୟକ୍ରମ ରହିଥିବା ବେଳେ ଜଣେ ଦଳୀୟ ନେତ୍ରୀଙ୍କୁ ମଞ୍ଚ ଉପରେ ବସିବାକୁ ସୁଯୋଗ ଦିଆ ଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କୁ ଅଣଦେଖା କରାଯାଇଛି। ଅନ୍ୟପଟେ ନବୀନ ସରକାର ମା’ ମାନଙ୍କୁ ସମ୍ମାନର ନାରା ଦେଉଥିବା ବେଳେ ଏଠାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ହିଁ ମହିଳା ସରପଞ୍ଚଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି।

ଏମିତି କି ବିଡିଓଙ୍କ ନିର୍ଦ୍ଦେଶ ଅନୁସାରେ ସରପଞ୍ଚ ମିଶନ ଶକ୍ତି କାଫେ ପାଇଁ ପଞ୍ଚାୟତ ଅନୁଦାନରୁ ନିର୍ମିତ ୩ଟି ଦୋକାନ ଗୃହ ବ୍ଲକକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଆଜି ଉଦଘାଟନ ସମୟରେ ତାଙ୍କୁ ଅଣଦେଖା କରାଯାଇଥିବାରୁ ସେ ଅପମାନିତ ହୋଇଥିବା ଯୋଗୁ ସନ୍ଧ୍ୟାରେ ନିଜ ସମର୍ଥକଙ୍କ ସହିତ ଯାଇ ଉକ୍ତ କାଫେକୁ ତାଲା ପକାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି