Masthead

ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ

 ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶବାସୀଙ୍କୁ ସ୍ୱାଧୀନତା ଦେବାକୁ କେତେ କେତେ ମହାପୁରୁଷ ନିଜର ବଳି ଚଢାଇଥିଲେ । ସେମାନଙ୍କ ତ୍ୟାଗ ଚିରଦିନ ପାଇଁ ଅମର ହୋଇରହିଯାଇଛି । ଦେଶର ସ୍ୱାଧୀନତାରେ ଓଡ଼ିଶାର ଭୂମିକା ଥିଲା ଅନ୍ୟତମ । ଆମ ଓଡ଼ିଶାର ବୀର ପୁରୁଷ ମାନେ ଛାଡି ଯାଇଛନ୍ତି ସେମାନଙ୍କର ଅଲିଭା ଛାପ ଯାହା ପ୍ରତ୍ୟେକଟି ଓଡ଼ିଆଙ୍କ ମନରେ ଲିପିବଦ୍ଧ ହୋଇଯାଇଛି । ଆମ ଓଡ଼ିଶା ଇଂରେଜମାନଙ୍କ ଆସିବା ପୂର୍ବରୁ ମରହଟ୍ଟାମାନଙ୍କ ଦ୍ୱାରା ଶାସିତ ହେଉଥିଲା । ୧୮୦୩ ମସିହାରେ ଇଂରେଜମାନେ ମରହଟ୍ଟା ମାନଙ୍କୁ ବିତାଡ଼ିତ କରି କଟକର ବାରବାଟି ଦୁର୍ଗ ଦଖଲ କରିଥିଲେ । ଧୀରେ ଧୀରେ କୌଶଳ କରି ସେମାନେ ସାରା ଓଡ଼ିଶା ଦଖଲ କରିବା ପାଇଁ ଚେଷ୍ଟା କଲେ । କିନ୍ତୁ ପଶ୍ଚିମ ଓଡ଼ିଶାର ବୀର ସୁରେନ୍ଦ୍ର ସାଏ ଇଂରେଜ ମାନଙ୍କ ସହ ବୀର ଦର୍ପରେ ଲଢି ତାଙ୍କ ଗତିପଥରେ ବାଧା ଦେଇଥିଲେ ।ଯାହାଫଳରେ ସୁରେନ୍ଦ୍ର ସାଏଙ୍କୁ ୪୦ ବର୍ଷ ଜେଲର କରାଦଣ୍ଡ ଭୋଗ କରିବାକୁ ପଡ଼ିଥିଲା । ଏବଂ ସେହି ଜେଲରେ ହଁ ତାଙ୍କରମୃତ୍ୟୁ ଉତ୍କଳ ହୋଇଥିଲା ।

ଲକ୍ଷ୍ମଣ ନାୟକ: ଦକ୍ଷିଣ ଓଡ଼ିଶାର ଲକ୍ଷ୍ମଣ ନାୟକ ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ । ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନେ୍ଦାଳନରେ ଯୋଗ ଦେଇ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢିଥିଲେ । ମାତ୍ର ଭାରତ ମା ପାଇଁ ତାଙ୍କୁ ଫାଶି ଖୁଣ୍ଟରେ ଝୁଲିବାକୁ ପଡିଥିଲା ।
ସେହିପାରି ଖୋର୍ଦ୍ଧାରେ ଜୟୀ ରାଜଗୁରୁ ଏବଂ ପରବର୍ତୀ ସମୟରେ ବକ୍ସି ଜଗବନ୍ଧୁ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ । ଯାହା ବ୍ରିଟିଶ ଶାସନକୁ ଥରହର କରିଥିଲା । ପାଇକ ବିଦ୍ରୋହ ହେଉଛି ଦେଶ ସ୍ୱାଧୀନତାର ପ୍ରଥମ ମୁକ୍ତି ସଂଗ୍ରାମ ।

ନେତାଜୀ ସୁବାଷ ଚନ୍ଦ୍ର ବୋଷ: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଇଂରେଜ ମାନଙ୍କ ବରୁଦ୍ଧରେ ଯେଉଁ ବିଦ୍ରୋହ କରିଥିଳେ ତାହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଅଛି । ତାଙ୍କ ବିଷୟରେ କିଏ ବା ନ ଜାଣେ । ଆଜାନ୍ଦ ହିନ୍ଦ ଫୌଜ ଗଠନ କରି ଓଡ଼ିଶା ତଥା ଭାରତ ମାଟିରୁ ଇଂରେଜ ମାନଙ୍କୁ ବିତାଡିତ କରିଥିଲେ ।

ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲା ଓଡ଼ିଆ ସାହାସୀ ୧୨ ବର୍ଷ ବୟସର ପୁଅ ବାଜି ରାଉତ । ସାହାସର ସହିତ ଇଂରେଜ ମାନଙ୍କୁ ସାମ୍ନା କରି ଦମ୍ଭତାର ସହ ଇଂରେଜଙ୍କ ଗୁଳିରେ ପ୍ରାଣହରାଇଥିଲା ।
ଉତ୍କଳ ମଣି ଗୋପବନ୍ଧୁ ଦାସ । ଯିଏ ଓଡ଼ିଶାର ଦୀନ ଦରିଦ୍ରଙ୍କର ବନ୍ଧୁ ଥିଲେ । ଲୋକଙ୍କ ସେବା ପାଇଁ ନିଜ ପୁଅକୁ ମଧ୍ୟ ହରାଇଦେଇଥିଲେ । ସେ ଓଡିଶାରେ କଂଗ୍ରେସର ନେତୃତ୍ୱ ନେଇ ଇଂରେଜ ବିରୋଧରେ ଲଢେଇ କରିଥିଲେ ।

ଗଜପତି କୃଷ୍ଣ ଚନ୍ଦ୍ରଦେବ: ସ୍ୱାଧୀନତା ସଂଗ୍ରାମୀ ଗଜପତି କୃଷ୍ଣ ଚନ୍ଦ୍ରଦେବ ଯିଏକି ଇଂରେଜ ମୁକ୍ତ ଓଡ଼ିଶା ଓ ଭାଷାଭିତିକ ରାଜ୍ୟ ଗଢି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ