Masthead

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର(ବଡ଼ କବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୭୭ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଅନୁଷ୍ଠାନିକ ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ତାଙ୍କ ସହିତ ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର, ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱାଧୀନତା ଦିବସକୁ ପାଳନ କରିଥିଲେ ।

ପ୍ରଥମେ ମୁଖ୍ୟ ଅତିଥି ତଥା ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାର ଧାର‌୍ୟ୍ୟ ସମୟ ଅନୁସାରେ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପରେ ପରେ ଜିଲ୍ଲା ପୋଲିସ, ଏନିସିସି, ସ୍କାଉଟ୍ ଓ ବିଭିନ୍ନ ସଂଗଠନଙ୍କ ତରଫରୁ ପ୍ୟାରେଡ ଅନୁଷ୍ଠିତ ହେବା ସହିତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ପ୍ୟାରେଡ ଓ ବିଭିନ୍ନ ସଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ କୃତିତ୍ୱ ଅର୍ଜନ କରିଥିବା କଳାକାର ଓ ବିଭିନ୍ନ ସରକାରୀ ସଂସ୍ଥା ମାନଙ୍କରେ ବିଭିନ୍ନ କାର‌୍ୟ୍ୟରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରଯାଇଥିଲା । ଶେଷରେ ସମସ୍ତ ଅତିଥି ମାନେ ଦେଶରେ ସ୍ୱାଧୀନତା ବିଷୟରେ ବଳିଦାନ ଦେଇଥିବା ମହା ପୁରୁଷ ମାନଙ୍କ ବିଷୟରେ ନିଜର ଅଭିଭାଷଣ ମାଧ୍ୟମରେ କହିବା ସହିତ କିଭଳି ଆମେ ସେହି ମହାପୁରୁଷଙ୍କ ବଳି ଦାନକୁ କେବବି ନଭୁଲିବା ସେ ସମ୍ବଦ୍ଧରେ ନିଜର ବକ୍ତବ୍ୟ ରଖିଥିଲେ  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ