Masthead

ମଣିପୁରରେ ଆଜି ଯାଏଁ ହିଂସା କମି ନାହିଁ : ଭକ୍ତଚନ୍ଦ୍ର ଦାସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୭ ତମ ସ୍ୱାଧୀନତା ଦିବସରେ ଲାଲକିଲାରୁ ସମ୍ବୋଧନ କରି ମଣିପୁରରେ ଶାନ୍ତି ଫେରିଛି ବୋଲି କହିଛନ୍ତି । ଯାହାକୁ ନେଇ କଂଗ୍ରେସ ନେତା ତଥା ଦଳର ମଣିପୁର ଦାୟିତ୍ୱରେ ଥିବା ଭକ୍ତଚନ୍ଦ୍ର ଦାସ କହିଛନ୍ତି ଯଦି ମଣିପୁରରେ ଶାନ୍ତି ସ୍ଥାପନ ହୋଇଛି ତେବେ ଲାଲକିଲାରୁ ନୁହେଁ ମଣିପୁରରୁ ପ୍ରଧାନମନ୍ତ୍ରୀ ଭାଷଣ ଦିଅନ୍ତୁ । ସେ କହିଛନ୍ତି ଯେଉଁ କାମ ଦୁଇ ଦିନରେ ମଧ୍ୟରେ ହୋଇପାରିବ ବୋଲି ରାହୁଲ ଗାନ୍ଧି କହିଥିଲେ ସେହି କାମକୁ ତିନି ମାସ ହେଲାଣି ପ୍ରଧାନମନ୍ତ୍ରୀ କରିପାରୁ ନାହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି “ଆଜି ପର୍ଯ୍ୟନ୍ତ ହିଂସା କମିନାହିଁ। ଯଦି ସେ କହୁଛନ୍ତି ଯେ ଶାନ୍ତି ଫେରି ଆସିଛି, ମୁଁ ତାଙ୍କୁ ସେଠାକୁ ଯିବାକୁ ଅନୁରୋଧ କରୁଛି। ଲାଲକିଲାରୁ ଭାଷଣ ଦେବା ପରିବର୍ତ୍ତେ ଇମ୍ଫାଲରେ ଭାଷଣ ଦିଅନ୍ତୁ । ଚୁରାଚାନ୍ଦପୁରକୁ ଯାଆନ୍ତୁ । ସେଠାରେ ଲୋକମାନଙ୍କ ମଧ୍ୟରେ ଠିଆ ହୋଇ ଭାଷଣ ଦିଅନ୍ତୁ । ତା’ପରେ ସେମାନେ ବୁଝିବେ ଯେ ଦେଶର ପ୍ରଧାନମନ୍ତ୍ରୀ ଯାଇଛନ୍ତି । ସେଠାରେ ଶାନ୍ତି ଫେରିଛି । ଏହା କିଛି ନୁହେଁ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ଭକ୍ତଚନ୍ଦ୍ର ଦାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ