Masthead

କକ୍ଷ ପରିବର୍ତ୍ତନର ଅନ୍ତିମ ପ୍ରକ୍ରିୟା ଶେଷ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରାୟାନ-୩ । ବୁଧବାର ଚନ୍ଦ୍ରାୟାନ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟର ଚନ୍ଦ୍ର କକ୍ଷପଥକୁ ପ୍ରବେଶକୁ ସଫଳତାର ସହ ସମାପ୍ତ କରିଛି। ଚନ୍ଦ୍ରାୟନ ଏବେ ଚନ୍ଦ୍ରର ଆହୁରି ନିକଟତର ହୋଇଛି। ଇସ୍ରୋ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି ଯେ, ଚନ୍ଦ୍ରାୟାନର ଗତି ବଢାଇବା ପାଇଁ ବୁଧବାର ସଫଳ ଭାବେ ଫାୟାରିଂ କରାଯାଇଛି। ଏବେ ଚନ୍ଦ୍ରଯାନ-୩ରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର୍‌’କୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍‌’ରୁ ପୃଥକ୍‌ କରି କକ୍ଷପଥକୁ ଆହୁରି ନିମ୍ନତର କରି ନିୟନ୍ତ୍ରିତ ‘ସଫ୍ଟ୍‌ ଲ୍ୟାଣ୍ଡିଙ୍ଗ୍‌’ ପାଇଁ ପ୍ରସ୍ତୁତି ଚାଲିଛି।

ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ, ଆଜି ସ୍ବଳ୍ପ ସମୟ ପାଇଁ ଆବଶ୍ୟକ ହୋଇଥିବା ସଫଳ ‘ଫାଇରିଙ୍ଗ୍‌’ ଚନ୍ଦ୍ରଯାନ-୩କୁ ୧୫୩ କିଲୋମିଟର୍‌ X ୧୬୩ କିଲୋମିଟର୍‌ କକ୍ଷପଥକୁ ନେଇଛି। ଅର୍ଥାତ୍‌ ଚନ୍ଦ୍ରଠାରୁ ୧୫୩ X ୧୬୩ କିଲୋମିଟର୍‌ ଦୂର କକ୍ଷପଥରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଏବେ ପ୍ରଦକ୍ଷିଣ ଆରମ୍ଭ କରିଛି। କିନ୍ତୁ, ଏହା ନୂଆ କକ୍ଷପଥରେ ଥାଇ ଏପର୍ଯ୍ୟନ୍ତ ଚନ୍ଦ୍ରର ସମ୍ପୂର୍ଣ୍ଣ ପରିକ୍ରମଣ କରିନାହିଁ । ଆସନ୍ତାକାଲି ଚନ୍ଦ୍ରଯାନରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର୍‌’କୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍‌’ରୁ ପୃଥକ୍‌ କରାଯିବାକୁ ଯୋଜନା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା