Masthead

ଆଜି ଅଲଗା ହେବ ବିକ୍ରମ ଲ୍ୟାଣ୍ଡର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବୁଧବାର ସକାଳେ ଇସ୍ରୋ ଚନ୍ଦ୍ରଯାନ-୩ର ଆଉ ଏକ ମାନିଉଭର (କକ୍ଷପଥ ପରିବର୍ତ୍ତନ) ସମ୍ପନ୍ନ କରି ଏହାକୁ ଚନ୍ଦ୍ରର ପ୍ରାୟ ବୃତ୍ତାକାର ୧୫୩ କିମି x୧୬୩ କିମି କକ୍ଷପଥରେ ସ୍ଥାପନ କରିଛି। ଏହାପରେ ପ୍ରପଲ୍‌ସନ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପରସ୍ପରଠାରୁ ଅଲଗା ହେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ପ୍ରପଲସନ୍ ମଡ୍ୟୁଲ । ଏହା ପରେ ରୋଭର ପ୍ରଜ୍ଞାକୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗେଇବ ବିକ୍ରମ । ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ ପ୍ରପଲସନ୍ ମଡ୍ୟୁଲ । ଇସ୍ରୋ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଏଥିରେ ଚନ୍ଦ୍ରପୃଷ୍ଠରୁ ବିକ୍ରମର ଦୂରତମ ଦୂରତା ୧୦୦ କିମି ଓ ନିକଟତମ ଦୂରତା ୩୦ କିମି ରହିବ। ତା’ପରେ ଅନ୍ତିମ ଅବତରଣ ପାଇଁ ଉଦ୍ୟମ କରାଯିବ। ୩୦ କିମି x ୧୦୦ କିମି କକ୍ଷପଥରେ ବିକ୍ରମକୁ ସ୍ଥାପନ କରିବାର ପ୍ରକ୍ରିୟା ସଫଳ ହେଲେ ଅବତରଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବ। ଏଥିରେ ୩୦ କିମି ଉଚ୍ଚରୁ ବିକ୍ରମର ପରିବେଗକୁ ହ୍ରାସ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି।

ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲସନ୍ ମଡ୍ୟୁଲ ପରି ୩ଟି ମୁଖ୍ୟ ଅଂଶ ରହିଛି । ପ୍ରପଲସନ୍ ମଡ୍ୟୁଲ ଚନ୍ଦ୍ରର କକ୍ଷରେ ରହି ପୃଥିବୀକୁ ଆସିବାକୁ ଥିବା ବିକିରଣର ଅଧ୍ୟୟନ କରିବ । ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ଖଣିଜ ଓ ପାଣି ଆଦି ଖୋଜିବାରେ ଲାଗିପଡ଼ିବେ । ଅଗଷ୍ଟ ୨୩ ସଂଧ୍ୟା ପ୍ରାୟ ୫ଟା ୪୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ । ଜୁଲାଇ ୧୪ରେ ଉତ୍‌କ୍ଷେପିତ ଚନ୍ଦ୍ରଯାନ-୩ ବୁଧବାର ସୁଦ୍ଧା ମହାକାଶରେ ମୋଟ ୩୩ ଦିନ ‌ଅତିବାହିତ କରିସାରିଲାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼