ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲଦାଖ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର (ଅଗଷ୍ଟ ୨୦) ଦାବି କରିଛନ୍ତି ଯେ ଚୀନ୍ ସେନା ଲଦାଖରେ ପ୍ରବେଶ କରିଛି। ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ସାଂସଦ ସଞ୍ଜୟ ରାଉତ ସମର୍ଥନ କରିଛନ୍ତି। ରାଉତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଏହି ପ୍ରସଙ୍ଗରେ ବିଭ୍ରାନ୍ତ କରିବା ପରିବର୍ତ୍ତେ ସତ କହିବା ଉଚିତ୍। ସଞ୍ଜୟ ରାଉତ କହିଛନ୍ତି, ଚୀନ୍ ଲଦାଖକୁ ଅନୁପ୍ରବେଶ କରି ଦଖଲ କରିଛି। ଏହାର ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି ।
#WATCH | Mumbai: Shiv Sena (UBT) leader Sanjay Raut says, "China has captured India's land and there is evidence of it as well. If Defence Minister & Prime Minister does not accept this, I think it is an injustice to Mother India. If Rahul Gandhi says something he says it… pic.twitter.com/xVh2oScp0i
— ANI (@ANI) August 20, 2023
କିନ୍ତୁ ଆମର ପ୍ରତିରକ୍ଷା ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ତେଣୁ ଲାଗୁଛି ଯେ ଆମେ ଭାରତମାତା ପ୍ରତି ଅନ୍ୟାୟ କରୁଛୁ। ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ରାଉତ କହିଛନ୍ତି, ରାହୁଲଜୀ ଦେଶର ଜଣେ ପ୍ରମୁଖ ନେତା । ସେ ଜଣେ ସାଂସଦ । ସେ କଂଗ୍ରେସର ପୂର୍ବତନ ସଭାପତି । ଯଦି ରାହୁଲ ଜୀ କହିଛନ୍ତି ଯେ ଚୀନ୍ ଲଦାଖର କିଛି ଜମି ଦଖଲ କରିଛି, ତେବେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ପ୍ରତିରକ୍ଷା ମନ୍ତ୍ରୀ ଲୋକଙ୍କୁ ବିଭ୍ରାନ୍ତ କରିବା ଉଚିତ ନୁହେଁ ସତ କହିବା ଉଚିତ ।