ରାହୁଲଙ୍କ ଲଦାଖ ଗସ୍ତ, ବିଜେପିର କଟାକ୍ଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଥମ କରି ଲଦାଖ୍ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ବାଇକ୍ ଚଲାଇ ପାଙ୍ଗୋଙ୍ଗ୍ ହ୍ରଦକୁ ଯାଇଥିଲେ। ସାଂସଦ ରାହୁଲ୍ ଗାନ୍ଧୀ ବାଇକ୍ ଚଢ଼ି ଯାଉଥିବା ଫଟୋ କଂଗ୍ରେସ ପାର୍ଟି ତା’ର ଅଫିସିଆଏ୍ ‘ଏକ୍ସ୍’ (ଟୁଇଟ୍) ହ୍ୟାଣ୍ଡେଲ୍ରେ ସେୟାର୍ କରିଛି। ଆଉ କେତେକ ଫଟୋ ରାହୁଲ୍ ତାଙ୍କ ବ୍ୟକ୍ତିଗତ ‘ଇନଷ୍ଟାଗ୍ରାମ ଆକାଉଣ୍ଟ୍’ରେ ମଧ୍ୟ ସେୟାର୍ କରିଛନ୍ତି। ତେବେ ଏହାକୁ ନେଇ ରାହୁଲଙ୍କୁ କଟାକ୍ଷ କରିଛି ବିଜେପି ।

କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଲଦାଖରେ ନିର୍ମିତ ଆରାମଦାୟକ ତଥା ଉତ୍କୃଷ୍ଟ ମାନର ରାସ୍ତାକୁ ଲୋକଲୋଚନକୁ ସାମ୍ନାକୁ ଆଣିଥିବାରୁ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ । ରିଜିଜୁ ଟ୍ୱିଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଲଦାଖର ପାଙ୍ଗୋଙ୍ଗ ହ୍ରଦକୁ ଯାଉଥିବା ରାସ୍ତା ଯାତାୟାତ ପାଇଁ ଅସୁବିଧା ହେଉଥିବାର ଦେଖାଯାଇଛି। ଅନ୍ୟ ଏକ ଚିତ୍ରରେ ରାହୁଲ ବାଇକ୍‌ରେ ଯାଉଥିବାବେଳେ ତାଙ୍କ ପଛରେ ଦୃଶ୍ୟମାନ ହେଉଥିବା ରାସ୍ତା ପକ୍କା ଏବଂ ଯାତାୟତ କରିବାରେ ସୁବିଧା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ