Masthead

ସ୍ୱାମୀ ସ୍ତ୍ରୀ କଳହ କୁ ନେଇ ସନ୍ଧେହ ଜନକ ମୃତ୍ୟ

ନିର୍ଯ୍ୟାତନା ଯୁକ୍ତ ମୃତ୍ୟ ଅଭିଯୋଗ ଆଣିଲେ ପରିବାର ଲୋକେ

ଭଞ୍ଜନଗର(ବଡଖବର ବ୍ୟୁରୋ):ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାନବଦାଙ୍ଗି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସ୍ୱାମୀ ସ୍ତ୍ରୀ କଳହ ରୁ ସ୍ତ୍ରୀ ର ସନ୍ଧେହ ଜନକ ମୃତ୍ୟୁ। ମୃତକ ଜଣକ ହେଲେ ରିଙ୍କି ବେହେରା। ରିଙ୍କି ବିଗତ ୫ ବର୍ଷ ତଳେ ରାଧାକାନ୍ତ ବେହେରା ଙ୍କୁ ବିବାହ କରିଥିଲେ। ସ୍ୱାମୀ ସ୍ତ୍ରୀଙ୍କ ମନମାଳିନ୍ୟ ଯୋଗୁ ଅନେକ ସମୟ ରେ କଳହ ଲାଗିରହିଥିଲା ।

ଗତକାଲି ସନ୍ଧ୍ୟା ସମୟରେ ଗୁରୁତର ଅବସ୍ଥାରେ ସ୍ୱାମୀ ରିଙ୍କିଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ। ଖବର ପାଇ ରିଙ୍କିଙ୍କ ଭାଇ ଶିଶିର ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଥିଲେ । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଶାଶୁ ଘର ଲୋକ କହୁଥିବା ବେଳେ ଭାଇ ନିର୍ଯ୍ୟାତନା ଯୁକ୍ତ ମୃତ୍ୟ ବୋଲି ଥାନା ରେ ଅଭିଯୋଗ କରିଛନ୍ତି।

ଏନେଇ ସ୍ୱାମୀ ରାଧାକାନ୍ତ ବେହେରା ଙ୍କୁ ସୋରଡା ପୋଲିସ ଅଟକ ରଖିବା ସହିତ ଘଟଣା ର ଅଧିକ ତଦନ୍ତ ଚଳାଇଛି ଏବଂ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି। ଅନ୍ୟ ପଟେ ଘଟଣା ର ୧୨ ଘଣ୍ଟା ପରେ ମଧ୍ୟ ସରକାରୀ ଡାକ୍ତରଖାନା ରେ ଉପଯୁକ୍ତ ସୁବିଧା ଅଭାବ ଓ ଡାକ୍ତର ଙ୍କ ଅବହେଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ