Masthead

ମ୍ୟାନହୋଲରେ ପଡି ଜଣେ ଆହାତ, ଅଳ୍ପକେ ବଞ୍ଚିଲା ଜୀବନ

କଟକ(ବଡ଼ ଖବର ବ୍ୟୁରୋ): ମୁକୁଳା ଡ୍ରେନରେ ପଡି ଜଣେ ଆହାତ । କଟକ ବଜ୍ର କବାଟି ନିକଟରେ ଚାଲିଥିବା ଜାଇକା ବକ୍ସ ଡ୍ରେନର ମୁକୁଳା ମ୍ୟାନ ହୋଲରେ ପଡ଼ି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ବଜ୍ରକବାଟି ଅଞ୍ଚଳରେ ଏକ ଔଷଧ ଦୋକାନରେ କାର୍ଯ୍ୟ କରୁଥିବା ନିର୍ମଳ ରାଉତ ପରିସ୍ରା କରିବା ପାଇଁ ଯେତେବେଳେ ବକ୍ସ ଡ୍ରେନ ଉପର ବାଟେ ଯାଉଥିଲେ ସେତେବେଳେ ହଠାତ୍ ମୁକୁଳା ମ୍ୟାନ ହୋଲ ଭିତରେ ଗଳି ପଡ଼ିଥିଲେ।

ଦୀର୍ଘ ୧୫ମିନିଟ ଧରି ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ନିର୍ମଳଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ବଡ ମେଡିକାଲ ଚିକିତ୍ସା ପାଇଁ ପଠା ଯାଇଥିଲା। ଏହାରି ଭିତରେ ମୁକୁଳା ନାଳରେ ପଡ଼ି ଅନେକଙ୍କ ଜୀବନ ଯାଇଥିବା ବେଳେ ଅଳ୍ପକେ ନିର୍ମଳଙ୍କ ଜୀବନ ରକ୍ଷା ପାଇଯାଇଛି। ଏଠି ଜାଇକାର ମାନମାନି ଓ ଖାମ ଖିଆଲ ମନୋଭାବକୁ ଦାୟୀ କରିଛନ୍ତି ମୃତ୍ୟୁ ମୁଖରୁ ବର୍ତ୍ତିଥିବା ନିର୍ମଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ