ଇସ୍ରୋର ଫ୍ୟୁଚର ପ୍ଲାନ ସୂର୍ଯ୍ୟ ମିଶନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆକାଶରେ ସୂର୍ଯ୍ୟ ଅସ୍ତ ଗଲେ, ଆଉ ସେପଟେ ଚନ୍ଦ୍ରପୃଷ୍ଠରେ ବିଜୟର ତ୍ରିରଙ୍ଗା ଉଡାଇଛି ଭାରତ । ଅପେକ୍ଷାର ଘଟିଲା ଅନ୍ତ । ଜହ୍ନରେ ଭାରତ, ସାରା ଦେଶ ଉତ୍ସାହିତ । ଇତିହାସ ରଚିଲା ହିନ୍ଦୁସ୍ତାନ । ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କଲା ଚନ୍ଦ୍ରୟାନ-୩ । ସାରା ଦେଶରେ ଖୁସିର ମାହୋଲ । ଚନ୍ଦ୍ରର ଦକ୍ଷିଣ ପୋଲରେ ଏକ ମହାକାଶଯାନକୁ ସଫଳତାର ସହ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇପାରିଛି। ଏବେ ସମସ୍ତଙ୍କର ନଜର ଇସ୍ରୋର ଆଗାମୀ ମିଶନ୍ ଉପରେ । ସଫଳ ଚନ୍ଦ୍ରଯାନ ମିଶନ ପରେ ଇସ୍ରୋ କେଉଁ ମିଶନ୍ ଆରମ୍ଭ କରିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଆଗାମୀ ଦିନରେ ଇସ୍ରୋର ଗଗନାୟନ ମିଶନ୍ ଏବଂ ସୂର୍ଯ୍ୟ ମିଶନ୍ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସୋମନାଥ କହିଛନ୍ତି ସେପ୍ଟେମ୍ବର ମାସରେ ସୂର୍ଯ୍ୟ ମିଶନ୍ ଲଞ୍ଚ କରିବ ଇସ୍ରୋ । ଏହି ମିଶନର ନାଁ ଆଦିତ୍ୟ-ଏଲ୧ ରଖାଯାଇଛି । ଇସ୍ରୋର ସୂଚନା ମୁତାବକ, ଅନ୍ତରୀକ୍ଷ ଯାନକୁ ପୃଥିବୀଠାରୁ ୧.୫ ମିଲିୟନ୍ ଦୂରରେ ରଖାଯିବ । ଯେଉଁଥିପାଇଁ ମୋଟ ୩୭୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ନାସା ସହ ମିଶି ଇସ୍ରୋ ଆର୍ଥ ଅବଜର୍ଭସେନ୍ ସାଟେଲାଇଟ୍ ସ୍ଥାପନା କରିବ । ଯାହାକି ଆଗାମୀ ବର୍ଷ ଲଞ୍ଚ ହେଇପାରେ । ଏହି ସାଟେଲାଇଟର ନାମ ଏନଆଇଏସଏଆର ରଖାଯାଇଛି । ଯାହାକୁ କି ନାସା ଏବଂ ଇସ୍ରୋ ମିଶି କରି ତିଆରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ