ମଟନ୍ ନ ମିଳିବାରୁ, ଅନ୍ୟ ଝିଅକୁ ବିବାହ କଲା ବର

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଭାରତୀୟ ବିବାହରେ ଖାଦ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଖାଦ୍ୟକୁ ନେଇ ମଧ୍ୟ ବିବାହ ଭାଙ୍ଗିଯାଇଥାଏ । ଏଭଳି ଏକ ଘଟଣା ଓଡ଼ିଶାର ଯାଜପୁରରେ ଦେଖିବାକୁ ମିଳିଛି । ବାହାଘର ପାଇଁ ବରଯାତ୍ରୀମାନେ ଝିଅ ଘରେ ପହଞ୍ଚିଥିଲେ । ଝିଅ ଘରେ ବରଯାତ୍ରୀ ପହଞ୍ଚିବା ପରେ, ବରଯାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ବିବାହ ରୀତିନୀତିରେ ଚାଲିଥିଲା । ଏହି ସମୟରେ ବରଯାତ୍ରୀ ଜାଣିବାକୁ ପାଇଲେ କି ଖଦ୍ୟରେ ମଟନ ହୋଇନାହିଁ । ଏହା ଜାଣିବା ପରେ ବରଯାତ୍ରୀ କ୍ରୋଧିତ ହୋଇଥିଲେ ।

ଏହି ଖବର ଯେତେବେଳେ ବର ରମାକାନ୍ତ ପାଟ୍ରା ଜାଣିବାକୁ ପାଇଲେ ସେତେବେଳେ ମାମଲା ଗୁରୁତର ହୋଇଥିଲା । ବର ମଧ୍ୟ ରାଗିଯାଇଥିଲେ । ମାମଲା ଏତେ ଗୁରତର ହେଲା ଯେ, ବର ବିବାହ କରିବାକୁ ମନା କରିଦେଇଥିଲା । ଝିଅଘର ଲୋକମାନେ ବରକୁ ବୁଝାଇବାକୁ ବହୁ ଚେଷ୍ଟା କରିଥିଲେ ହେଲେ ବର ମାନି ନ ଥିଲେ । ପରେ ସେମାନେ ସେଠାରୁ ପଳାଇଥିଲେ । ବର ସେଦିନ ତାଙ୍କ ସମ୍ପର୍କିୀୟଙ୍କ ସହ ତାଙ୍କ ଗାଁକୁ ଯାଇ ତାଙ୍କ ଘରେ ରହିଥିଲେ । ସେଠାରେ ବର ଅନ୍ୟ ଜଣେ ଝିଅକୁ ବିବାହ କରିଥିଲେ । ପୋଲିସ ଅନୁସାରେ ଥାନାରେ ଏବାବଦରେ କୌଣସି ଅଭିଯୋଗ ପଞ୍ଜିକୃତ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ