Masthead

ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମଧ୍ୟ ପ୍ରଦେଶରେ ବିଜେପି ଅନୁଗାମୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରରେ ୩ ନୂଆ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶନିବାର ତାଙ୍କ କ୍ୟାବିନେଟରେ ଆଉ ୩ ଜଣ ବିଧାୟକଙ୍କୁ ସାମିଲ କରିଛନ୍ତି। ଏହି ତିନିଜଣ ବିଧାୟକ ଆଜି ରାଜ ଭବନରେ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ଏହି ସମ୍ପ୍ରସାରଣ ପୂର୍ବରୁ ରାଜ୍ୟ ମନ୍ତ୍ରଣାଳୟର ୩୧ ଜଣ ସଦସ୍ୟ ଥିଲେ। ଶିବରାଜ ଚୌହାନ କ୍ୟାବିନେଟର ଶେଷ ସମ୍ପ୍ରସାରଣ ଜାନୁଆରୀ ୨୦୨୧ ରେ ହୋଇଥିଲା ।

ବିନ୍ଧ୍ୟରୁ ରାଜେନ୍ଦ୍ର ଶୁକ୍ଲା, ମହାକୌଶଲରୁ ଗୌରୀଶଙ୍କର ବିସେନ ଏବଂ ବୁନ୍ଦେଲଖଣ୍ଡରୁ ରାହୁଲ ଲୋଧି କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଏକ ନିରାଡମ୍ବର ସମାରୋହରେ ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲ ଏହି ତିନିଜଣ ବିଧାୟକଙ୍କୁ ଶପଥ ଗ୍ରହଣ କରାଇଥିଲେ। ତେବେ ଏହି ୩ ନୂଆ ମନ୍ତ୍ରୀଙ୍କୁ କେଉଁ ବିଭାଗ ବଣ୍ଟନ କରାଯାଇଛି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଗୌରୀ ଶଙ୍କର ବିସେନ ପଛୁଆ ବର୍ଗରୁ ଆସିଛନ୍ତି। ମହାକୌଶଲ ଅଞ୍ଚଳରେ ତାଙ୍କର ବହୁତ ପ୍ରଭାବ ରହିଛି ବୋଲି ବିଶ୍ୱାସ କରାଯାଏ। ଅନ୍ୟପକ୍ଷରେ, ରାଜେନ୍ଦ୍ର ଶୁକ୍ଲା ବ୍ରାହ୍ମଣମାନଙ୍କର ଜଣେ ବଡ଼ ନେତା ଭାବରେ ବିବେଚିତ ହୁଅନ୍ତି ଏବଂ ବିନ୍ଧ୍ୟ ଅଞ୍ଚଳରେ ତାଙ୍କର ପ୍ରଭାବ ରହିଛି।

ଅନ୍ୟପକ୍ଷରେ ରାହୁଲ ଲୋଧି ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ ଉମା ଭାରତୀଙ୍କ ଭଣଜା।ମଧ୍ୟ ପ୍ରଦେଶର ଶିବରାଜ ସିଂ ଚୌହାନ ସରକାରରେ ଏବେ ନରୋତ୍ତମ ମିଶ୍ରା, ଗୋପାଳ ଭାର୍ଗଭ, ତୁଲସିରାମ ସିଲାଭଟ, କୁୱର ବିଜୟ ଶାହା, ଜଗଦୀଶ ଦେଓରା, ବିସାହୁଲାଲ ସିଂ, ଯଶୋଧରା ରାଜେ, ଭୁପେନ୍ଦ୍ର ସିଂ, ମୀନା ସିଂ ମାଣ୍ଡଭେ, କମଲ ପଟେଲ, ଗୋବିନ୍ଦ ସିଂ ରାଜପୁତ, ବୃଜେନ୍ଦ୍ର ପ୍ରତାପ ସିଂ, ବିଶ୍ୱାସ ସାରଙ୍ଗ, ପ୍ରଭୁରାମ ଚୌଧୁରୀ, ମହେନ୍ଦ୍ର ସିଂ ସିସୋଡିଆ, ପ୍ରଦ୍ୟୁମ୍ନ ସିଂ, ପ୍ରେମ ସିଂ ପଟେଲ, ଓମ ପ୍ରକାଶ ସକଲେଚା, ଉଷା ଠାକୁର, ଅରବିନ୍ଦ ସିଂ ଭଦୌରିଆ, ମୋହନ ଯାଦବ, ହରଦିପ ସିଂ ଡୁଙ୍ଗ ଏବଂ ରାଜବର୍ଦ୍ଧନ ସିଂ ପ୍ରେମସିଂହ ଦତ୍ତଗାଓଁ ସାମିଲ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ