Masthead

ପଥର ତଳେ ଚାପି ହୋଇ ଚାଲିଗଲା ୨ ଜୀବନ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ପଥର ବ୍ଲାଷ୍ଟିଙ୍ଗ ବେଳେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଭଳି  ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡା କ୍ରସର ନିକଟରେ । ମୃତ୍ୟୁ ବରଣ କରିଥିବା ୨ ଜଣ ଶ୍ରମିକ ମାମୁ, ଭଣଜା । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଝରେଡି ରାଧା ଗୋବିନ୍ଦପୁର ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ପ୍ରସାଦ ନାୟକ । ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ କ୍ରସର ନିକଟରେ ଥିବା ପଥର କୁଆଁରି ରେ ବ୍ଲାଷ୍ଟିଂ ଚାଲିଥିଲା । ଏହି ସମୟରେ ଉଭୟ ମାମୁ ଭଣଜା ଏକ ବଡ଼ ପଥର ପଛପଟେ ବସି ବ୍ଲାଷ୍ଟିଂ ପରିଚାଳନା କରୁଥିଲେ । ବ୍ଲାଷ୍ଟିଂ ପରେ ଏକ ବିଶାଳ ପଥର ୨ ଜଣଙ୍କ ଉପରେ ଚାପି ହୋଇଯାଇଛି । ଫଳରେ ଘଟଣା ସ୍ଥଳରେ ହିଁ ବିରାଟକାୟ ପଥର ତଳେ ଚାପି ହୋଇ ଖଣ୍ଡ ବିଖଣ୍ଡ ହୋଇ ଉଭୟଙ୍କ ଶରୀର ପଡ଼ି ରହିଛି । ଖବର ପାଇ ବିଳମ୍ବିତ ରାତିରେ ମୋହନା ତହସିଲଦାର, ଥାନା ଅଧିକାରୀ, ପୋଲିସ ଟିମ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି ।  ପାହାଡ଼ ଉପରେ ଏହି ଦୁର୍ଘଟଣା ହୋଇଥିବାରୁ ମୃତ ଦୁଇ ବ୍ୟକ୍ତିଙ୍କ ଶରୀର ଉଦ୍ଧାର କରିବା ପ୍ରଶାସନ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ