Masthead

ନୀଳଗିରି ଅଞ୍ଚଳରୁ ୧୦୦, ୨୦୦, ୫୦୦ ଟଙ୍କିଆ ନକଲି ନୋଟ ଜବତ

ନୀଳଗିରି(ବଡ଼ ଖବର ବ୍ୟୁରୋ): ବଜାରରେ ବୁଲୁଛି ନକଲି ନୋଟ । ୩୨ ହଜାର ୭୦୦ ଟଙ୍କା ନକଲି ନେ୍ଧଙ୍କ ଜବତ କରିଛି ପୋଲିସ । ୧୦୦, ୨୦୦, ୫୦୦ ଟଙ୍କିଆ ନୋଟ ଜବତ କରାଯାଇଛି । ଏବଂ ଏହି ଜାଲ ନୋଟ କାରବାର ରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳରେ ପୂର୍ଣ୍ଣଚନ୍ଦ୍ର ନାୟକ ଓ ଖଇରା ଥାନା ଅଞ୍ଚଳର ବୀଣାପାଣି ମୁଖୀ । ଜନୈକ ବ୍ୟକ୍ତି ଜଣକ ସନ୍ତରାଗଡ଼ିଆ ବଜାର ସ୍ଥିତ ମଦ କାଉଣ୍ଟର ରେ ତିନି ହଜାର ଟଙ୍କା ଦେଇ ମଦ କିଣିବା ପରେ ଏହା ଜାଲ ନୋଟ ବୋଲି ଜଣାପଡିଥିଲା ।

ପରେ ସେହି ବଜାରର ବିଭିନ୍ନ ଦୋକାନରୁ ପାଞ୍ଚ ଶହ ଟଙ୍କିଆ ଦେଇ କିଣାକିଣି କରିବା ପରେ ଦୋକାନୀ ମାନେ ଜାଲ ନୋଟକୁ ଚିହ୍ନି ପାରି ଥିଲେ । ଘଟଣାକୁ ଗୁରୁତର ସହ ନେଇ ନୀଳଗିରି ପୋଲିସ ଚଢ଼ାଉ କରି ସନ୍ତରାଗଡ଼ିଆ ଅଞ୍ଚଳରୁ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ସୋର ଅଞ୍ଚଳର ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଛି । ତେବେ ଏହି ଜାଲ ନୋଟ ଯୋଗାଉଥିବା ଯାଜପୁର ଅଞ୍ଚଳର ଜଣେ ମାଷ୍ଟରମାଇଣ୍ଡକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସ. ପି. ସାଗରିକା ନାଥ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା