Masthead

ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା; ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଲେ ନୀରଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା । ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା । ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଜିତିଲେ ସ୍ୱର୍ଣ୍ଣ ପଦକ । ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପର ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ବୁଦାପେଷ୍ଟରେ ଅନୁଷ୍ଠିତ ପୁରୁଷ ଜାଭଲିନ୍ ଥ୍ରୋ ଫାଇନାଲରେ ଐତିହାସିକ ସଫଳତା ପାଇଛନ୍ତି ନୀରଜ।

ପ୍ରଥମ ଥ୍ରୋ ଫାଉଲରୁ ଆରମ୍ଭ କରିଥିଲେ ବି ଦ୍ୱିତୀୟ ପ୍ରୟାସରେ ୮୮.୧୭ ମିଟର ଫୋପାଡି ସ୍ୱର୍ଣ୍ଣ ପଦକ ପାଇଁ ଦାବିଦାର ହୋଇଥିଲେ ନୀରଜ। ପାକିସ୍ତାନର ଅର୍ଶଦ ନଦୀମ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହ ୮୭.୮୨ ମିଟରରେ ରୌପ୍ୟ ଏବଂ ଚେକ୍‌ ରିପବ୍ଲିକ୍‌ର ଜାକବ ଭାଦଲେଜକ ୮୬.୬୭ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି ।

ଏଥିସହ ନୀରଜଙ୍କ ସୋ-କେସ୍‌ରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ସ୍ବର୍ଣ୍ଣ ପାଇଁ ଥିବା ଖାଲିସ୍ଥାନ ଏବେ ପୂରଣ ହୋଇଯାଇଛି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିଥି ପ୍ରଥମ ଭାରତୀୟ ଭାବେ ନୀରଜ ଏହି ବିରଳ ସଫଳତାର ଅଧିକାରୀ ହୋଇପାରିଛନ୍ତି। ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଥିଲେ ନୀରଜ। ଏବେ ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରା ଦେଶ ଉତ୍ସବମୁଖର ହୋଇଯାଇଛି। କ୍ରୀଡାପ୍ରେମୀଙ୍କ ସହ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

ସେପଟେ ବିଶ୍ୱ ଆଥଲେଟିକ୍ସ ଚାମ୍ପଅନସିପରେ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୮୪.୭୭ ମିଟର) ଦେଇଛନ୍ତି ଓଡ଼ିଆ ପୁଅ କିଶୋର କୁମାର ଜେନା। ପଦକ ପାଇନଥିଲେ ବି ନିରାଶ କରିନାହାଁନ୍ତି। ଦମଦାର ପ୍ରଦର୍ଶନ ସହ ପଂଚମ ସ୍ଥାନରେ ରହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା