ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ଦଳ ଇଣ୍ଡିଆର ତୃତୀୟ ବୈଠକ ମହାରାଷ୍ଟ୍ର ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ‘ଇଣ୍ଡିଆ’ର ଲୋଗୋ ଉନ୍ମୋଚିତ ହେବ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଏହି ଲୋଗୋ ୩୧ ଅଗଷ୍ଟ ସନ୍ଧ୍ୟାରେ ଉନ୍ମୋଚିତ ହେବ। ବିରୋଧୀ ଦଳ ‘ଇଣ୍ଡିଆ’ର ଲୋଗୋ ଭାରତର ନାଗରିକଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ। ଯେତେବେଳେ ସମସ୍ତ ନେତା ମିଳିତ ମଞ୍ଚର ତୃତୀୟ ମିଳିତ ବୈଠକ ପାଇଁ ମୁମ୍ବାଇରେ ପହଞ୍ଚିବେ ସେତେବେଳ ଏହି ଲୋଗୋ ଉନ୍ମୋଚିତ ହେବ ।
https://youtu.be/-apG97do7fA
ଶିବସେନା (ୟୁବିଟି) ମୁମ୍ବାଇରେ ବିରୋଧୀ ଦଳର ବୈଠକ ଆୟୋଜନ କରିବାକୁ ଯାଉଛି। ଏହାପୂର୍ବରୁ ସଞ୍ଜୟ ରାଉତ କହିଛନ୍ତି ଯେ ପରବର୍ତ୍ତୀ ବୈଠକରେ ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ଆୟୋଜନ କରିବେ। ଏହି ବୈଠକ ବିଷୟରେ ଅଧିକ ବିବରଣୀ ଦେଇ ସେ କହିଛନ୍ତି, “ଇଣ୍ଡିଆ ଆଲାଇନ୍ସର ପରବର୍ତ୍ତୀ ବୈଠକରେ ଏହି ଲୋଗୋ ଉନ୍ମୋଚିତ ହେବ। ଏହି ଲୋଗୋରେ ଇଣ୍ଡିଆର ଝଲକ ଦେଖିବାକୁ ମିଳିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଲୋଗୋରେ ସବୁକିଛି ଅଛି ଯାହା ଲୋକଙ୍କୁ ଏକଜୁଟ ରଖିବା ପାଇଁ ଆବଶ୍ୟକ ।