Masthead

ଯେଉଁମାନେ ଇସ୍ରୋ ନିର୍ମାଣରେ ତାଙ୍କର ଅବଦାନ ହଜମ କରିବାରେ ଅସମର୍ଥ, ସେମାନେ ଟିଆଇଏଫ୍‌ଆର୍‌ର ଶିଳାନ୍ୟାସ ଦିନର ଭାଷଣ ଶୁଣନ୍ତୁ: ଜୟରାମ ରମେଶ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପି ଟାର୍ଗେଟ କଲେ କଂଗ୍ରେସ ଏମ୍‌ପି ତଥା ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ।ା ଭାରତୀୟ ମହାକାଶ ଗବେଷଣା ଏଜେନ୍ସି (ଇସ୍ରୋ) ଗଠନରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଅବଦାନକୁ ବିଜେପି ହଜମ କରିବାରୁ ନ ଥିବା କହିଛନ୍ତି ରମେଶ । ଜୟରାମ କହିଛନ୍ତି ଯେ, ପଣ୍ଡିତ ନେହେରୁ କେବଳ ବଡ଼ ବଡ଼ କଥା କହିନାହାନ୍ତି, ନିଷ୍ପତ୍ତି ମଧ୍ୟ ନେଇଛନ୍ତି।ଚନ୍ଦ୍ରଯାନ-୩ର ଚନ୍ଦ୍ରରେ ଐତିହାସିକ ଅବତରଣ ପରେ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନେଇ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଜୟରାମ ରମେଶ ବିଜେପିକୁ ପୁଣି ଟାର୍ଗେଟ୍‌ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟୁଇଟର୍‌)ରେ ଜୟରାମ ରମେଶ ଲେଖିଥିଲେ, ନେହେରୁ ବୈଜ୍ଞାନିକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରୁଥିଲେ।

ଯେଉଁମାନେ ଇସ୍ରୋ ନିର୍ମାଣରେ ତାଙ୍କର ଅବଦାନ ହଜମ କରିବାରେ ଅସମର୍ଥ, ସେମାନେ ଟିଆଇଏଫ୍‌ଆର୍‌ (ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ)ର ଶିଳାନ୍ୟାସ ଦିନର ତାଙ୍କ ଭାଷଣ ଶୁଣନ୍ତୁ। ସେ କେବଳ ବଡ଼ କଥା କହି ନ ଥିଲେ ବରଂ ବଡ଼ ନିଷ୍ପତ୍ତି ନେଇଥିଲେ। ଏହା ସହିତ ସେ ଭାଷଣ ମଧ୍ୟ ଶେୟାର କରିଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଉଦ୍ୟମକୁ କଂଗ୍ରେସ ଶ୍ରେୟ ଦେଉଥିବାବେଳେ ଶାସକ ବିଜେପି କହିଛି ଯେ, ୨୦୧୪ ପରେ ଏହି କ୍ଷେତ୍ରରେ ଏକ ବଡ ଅଗ୍ରଗତି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ