Masthead

ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ ଚାଲିଗଲେ

ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ ଚନ୍ଦ୍ରମଣୀ ନାରାୟଣ ସ୍ୱାମୀଙ୍କର ଆଜି ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ଶନିବାର ବିଳମ୍ବିତ ରାତିରେ ୮୧ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଓଡ଼ିଶା କ୍ୟାଡର ଏହି ଆଇଏଏସ୍ ଅଧିକାରୀ ୧୯୬୪ରେ ପୁରୀ ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ଗଞ୍ଜାମ ଜିଲ୍ଲା ଏଡିଏମ୍ ଏବଂ କାଲାହାଣ୍ଡି ଜିଲ୍ଲା କଲେକ୍ଟର ଭାବରେ ଯୋଗଦେଇଥିଲେ। ପରେ ରାଜ୍ୟର ପ୍ରମୁଖ ପଦପଦବୀରେ ରହି ସେବା କରିଥିଲେ।

ସେ ସାଧାରଣ ପ୍ରଶାସନ ବିଭାଗରେ ୭ ବର୍ଷ ଏବଂ ସ୍ୱାସ୍ଥ୍ୟ ବିଭାଗରେ ୪ ବର୍ଷ କାର୍ଯ୍ୟ କରିଥିଲେ। ତାଙ୍କୁ କୃଷି, ପଞ୍ଚାୟତିରାଜ ଏବଂ ରାଜସ୍ୱ ବିଭାଗର ସଚିବ ପଦରେ ମଧ୍ୟ ନିଯୁକ୍ତ କରାଯାଇଥିଲା। ସେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନରେ ୬ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ମଧ୍ୟ ଯାଇଥିଲେ। ଓଡ଼ିଶାରେ ରାଜସ୍ୱ ବୋର୍ଡ ଅଧ୍ୟକ୍ଷା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୪ ମସିହାରେ କୃଷି ବିଭାଗର ୪ଟି ପ୍ରମୁଖ ପଦବୀରେ ଥିବାବେଳେ ତାଙ୍କ ମା’ ଏବଂ ମାଉସୀଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସ୍ୱେଚ୍ଛାକୃତ ଅବସର ନେଇଥିଲେ।

ତାଙ୍କ ଅଧ୍ୟୟନ କାଳରେ ଇଂଲିଶ ଏବଂ ଗଣିତରେ ସ୍ୱର୍ଣ୍ଣ ପଦକ ପାଇଥିଲେ। ସେ କେତେକ କବିତା, କ୍ଷୁଦ୍ରଗଳ୍ପ ଏବଂ ଉପନ୍ୟାସ ଲେଖିଥିଲେ। ଅନେକ କବିତା, କ୍ଷୁଦ୍ରଗଳ୍ପ ଏବଂ ଉପନ୍ୟାସକୁ ଇଂଲିଶରେ ଅନୁବାଦ ମଧ୍ୟ କରିଥିଲେ। ସ୍ୱାମୀ କେରଳର ମୂଳ ବାସିନ୍ଦା। ତେବେ ସେ ଓଡ଼ିଆ ଭାଷାରେ ପାରଙ୍ଗମ ଥିଲେ। ତାଙ୍କ ସେବା ସମୟରେ ଏବଂ ଅବସର ପରେ ମଧ୍ୟ ସ୍ଥାୟୀ ଘର ଭାବରେ ଓଡ଼ିଶାକୁ ବାଛିଥିଲେ। ସେ ମହାପ୍ରଭୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ମଧ୍ୟ। ତାଙ୍କ ଦେହାନ୍ତ ପରେ ଜଗନ୍ନାଥଙ୍କୁ ତାଙ୍କ ସମ୍ପତ୍ତି ଦାନ କରିବାକୁ ଇଚ୍ଛା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା