Masthead

ମୃତ୍ୟୁର ୧୬ଦିନ ପରେ ପହଁଚିଲା ଖବର

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ): ପରିବାର ଲୋକେ ଭାବିନେଲେ ଲୋକଟି କଟକ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛି । ସୁସ୍ଥ ହୋଇ ଘରକୁ ଫେରିବ । ପରିବାର ଲୋକେ କଟକ ଗଲେ, ମାତ୍ର ତାଙ୍କୁ ପାଇଲେ ନାହିଁ । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ । ଥାନାରେ ମଧ୍ୟ ଦେଲେ ଏତଲା । ମାତ୍ର ଲୋକଟି ମରିବାର ୧୬ଦିନ ପରେ ପ୍ରଶାସନ ସରପଞ୍ଚଙ୍କ ମାଧ୍ୟମରେ ଖବର ଦେଲେ ଲୋକଟି ମରିଯାଇଛି । ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ମୃତ ବ୍ୟକ୍ତିଙ୍କ ପରିବାର ଲୋକେ । ହିନ୍ଦୁ ରୀତିନୀତି ଅନୁସାରେ ସେମାନେ ତ ଶୁଦ୍ଧକ୍ରିୟା କରି ନାହାନ୍ତି । ପ୍ରଶାସନକୁ ଦୋଷ ଦେବା ବ୍ୟତୀତ ସେମାନଙ୍କ ପାଖେ କିଛି ଉପାୟ ନାହିଁ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ସଦର ବ୍ଲକର ବାରଦା ଗାଁରେ ।
ସଦର ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମର ଦୁର୍ୟ୍ୟୋଧନ ବେହେରାଙ୍କର କୋଭିଡ ପଜିଟିଭ ବାହାରିବାରୁ ତାଙ୍କୁ ଢେ଼ଙ୍କାନାଳ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରଦିନ ଘର ଲୋକେ ତାଙ୍କର ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ଦେବାକୁ ଡାକ୍ତରଖାନା ଯାଇଥିଲେ । ମାତ୍ର ଦୁର୍ୟ୍ୟୋଧନଙ୍କୁ ସେଠାରେ ପାଇନଥିଲେ । ତାଙ୍କୁ କଟକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜାଣିବାକୁ ପାଇଲେ । ଘର ଲୋକେ କଟକ ଯାଇ ଖୋଜାଖୋଜି କରି ଦୁର୍ୟ୍ୟୋଧନଙ୍କର କୌଣସି ଖବର ନପାଇବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ପରିବାର ପକ୍ଷରୁ ଅକ୍ଟୋବର ୧୬ ତାରିଖରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଥିଲା। ଶନିବାର ରାତିରେ ଦୁର୍ୟ୍ୟୋଧନ ବେହେରାଙ୍କ ୧ ଅକ୍ଟୋବରରୁ ମୃତ୍ୟୁ ହୋଇଥିବା ସରପଞ୍ଚଙ୍କ ପକ୍ଷରୁ ଜାଣିବାକୁ ପାଇଥିଲେ ପରିବାର ଲୋକେ । ଆଜି ପରିବାର ଲୋକ ଟାଉନ୍ ଥାନା ଆଇଆଇସିଙ୍କୁ ଦେଖା କରିଥିଲେ । ଅକ୍ଟୋବର ୧ରୁ ଦୁର୍ୟ୍ୟୋଧନଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ନଜଣାଇବାରୁ ବିଧି ଅନୁଯାୟୀ ଶୁଦ୍ଧିକ୍ରିୟା ହୋଇପାରିଲା ନାହିଁ। ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ପରିବାର ତଥା ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଛି। ଟାଉନ୍ ଥାନା ପୋଲିସ ପକ୍ଷରୁ ଏକ ଟିମ କଟକ ଯାଇଥିଲା । ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ମଙ୍ଗଳାବାଗ ଥାନାରେ ରୁଜୁ ହୋଇଥିବା ଆଇଆଇସି ନମିତା ନାୟକ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ