Masthead

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ଦଳ ଚାଲୁଥିଲା, ଏବେ ଧିରେ ଧିରେ ଅକାମି-ଅକ୍ଷମ ହେଲାଣି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ସହ ଯୋଗସୂତ୍ରରେ ଥିବା ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦେଇଥିବା ବୟାନର ଜବାବ ରଖିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଆଭ୍ୟନ୍ତରୀଣ ଅନ୍ତକନ୍ଦଳରୁ ବର୍ତ୍ତିବାକୁ ଏଭଳି ପ୍ରଳାପ କରୁଛି ବିଜେଡି । ସସ୍ମିତ ପାତ୍ରଙ୍କ ଅଭିଯୋଗ ସମ୍ପୂର୍ଣ ମିଥ୍ୟା । କେନ୍ଦ୍ର ମନ୍ତ୍ରୀଙ୍କ ସହ କୌଣସି ଯୋଗାଯୋଗ ନାହିଁ । ସତ୍ୟତା ନାହିଁ, ଯଦି ପ୍ରମାଣ ଅଛି ସସ୍ମିତ ବାବୁ ଦିଅନ୍ତୁ । ନା କେବଳ ତୃତୀୟ ମହଲାର ଇଙ୍ଗିତରେ ଏସବୁ କହୁଛନ୍ତି । ମୁଁ ଯେତିକି ସସ୍ମିତଙ୍କୁ ବ୍ୟକ୍ତିଗତ ଭାବେ ଜାଣେ, ସେ ଏଭଳି ଚରିତ୍ରର ନୁହନ୍ତି , ଗଣମାଧ୍ୟମ ଆଗରେ ମିଛ କହିବେ । ତାଙ୍କୁ ଜବରଦସ୍ତ କରି କୁହାଯାଇଛି । ଅବାନ୍ତର ବକ୍ତବ୍ୟ ସସ୍ମିତଙ୍କ ପାଇଁ ଯୋଗ୍ୟ ନଥିଲା । ତାଙ୍କ ଦଳ, ମୁଖ୍ୟମନ୍ତ୍ରୀ,ସରକାର ଅସୁବିଧାରେ ।

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଖସୁଛି । ବର୍ଷକରେ ବାଇଶି ପ୍ରତିଶତ ଖସିଚି ଏବଂ ନିମ୍ନମୁଖି ହେବାରେ ଲାଗିଛି । ଦଳ ସତ୍ତା ହରାଇଲାଣି ଏବଂ ମୁଖ୍ୟମନ୍ତ୍ରୀ ଫିଜିକାଲି ଅନଫିଟ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଆଧାର କରି ଦଳ ଚାଲିଥିଲା । ଲୋକପ୍ରିୟତା ମଧ୍ୟ ଧୀରେ ଧୀରେ ଅକାମି, ଅକ୍ଷମ ହେଲାଣି । ସେଥିପାଇଁ ନୂଆ ମୁହଁ ଖୋଜି ଖୋଜି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସାରା ବୁଲାଉଛନ୍ତି । ସରକାରୀ କର୍ମଚାରୀ ବିରୁଦ୍ଧରେ ଯିଏ କହିଲା ଅନ୍ୟ ମାନଙ୍କ ମୁହଁରେ କୁହାଇକି ଆକ୍ରମଣ କରୁଛନ୍ତି । ସସ୍ମିତଙ୍କ ପ୍ରତିକ୍ରିୟାରେ ଏକ ପ୍ରତିଶତ ସତ୍ୟତା ନାହିଁ । କେହି ଆଲୋଚନା କରି ନାହାନ୍ତି, ସାକ୍ଷାତ କରିନାହାନ୍ତି । ହଠାତ ବିଜେଡି କାହିଁକି ଏ କଥା ଆଣିଲା, ଉତ୍ତର ସେ ହିଁ ଦେବ । ବିଜୁ ଜନତା ଦଳ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ, ସେଥିପାଇଁ ବିଭିନ୍ନ ପ୍ରଳାପ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ