Masthead

ଶାନ୍ତ ପଡିଆସୁଥିବା ମଣିପୁର ପୁଣି ହେଉଛି ଅଶାନ୍ତ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ଶାନ୍ତ ପଡ଼ିଆସୁଥିବା ମଣିପୁରରେ ପୁଣି ବଢିବାରେ ଲାଗିଛି ଅଶାନ୍ତି । କିଛି ଦିନ ତଳେ ଲମ୍ବୁଲେନ୍‌ ଅଞ୍ଚଳରେ ଥିବା ୩ ଘରକୁ ଅଜ୍ଞାତ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଖାଲି ସେତିକି ନୁହେଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ନିର୍ଦ୍ଦେଶକ କେ. ରଜୋଙ୍କ ବାସଭବନ ଆଗରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କଠାରୁ ଦୁର୍ବୃତ୍ତମାନେ ୩ଟି ବନ୍ଧୁକ ଛଡ଼ାଇ ନେଇଯାଇଥିଲେ । ଆଊ ଏବେ ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି ।

ମଙ୍ଗଳବାର ନରସେନା ଗାଁ ନିକଟ ଜମିରେ ଚାଷ କରୁଥିବା କୃଷକଙ୍କ ଉପରେ ଗୁଳିମାଡ କରିଥିଲେ କିଛି ଦୁର୍ବୃତ୍ତ । ଗୁଳିମାଡରେ ଆହତ ଚାଷୀଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୈତେଇ ବହୁଳ ବିଷ୍ଣୁପୁର ଓ କୁକି ସଂପ୍ରଦାୟ ବହୁଳ ଚୁରାଚାନ୍ଦପୁର ସୀମାରେ ଗୁଳି ମାଡ ପରେ ପ୍ରତିହିଂସାର ନିଆଁ ଜଳିଛି । ଅଘଟଣର ଆଶଙ୍କା କରି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଲାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ