Masthead

ମୁମ୍ବାଇରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ବିରୋଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପ୍ରଥମେ ପାଟନା, ଦ୍ୱିତୀୟରେ ବେଙ୍ଗାଲୁରୁ ଆଉ ଏବେ ମୁମ୍ବାଇରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ବିରୋଧୀ । ବିଜେପିକୁ ମାତ ଦେବା ପାଇଁ ଯୋଜନା ଚଳାଇଛି ବିରୋଧୀ ମେଣ୍ଟ ଇଣ୍ଡିଆ । ୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ପାଖେଇ ଆସୁଛି । କାଲି ମୁମ୍ବାଇରେ ବସିବ ମେଣ୍ଟ ଦଳର ବୈଠକ । ବୈଠକରେ ଇଣ୍ଡିଆ ମେଣ୍ଟର ୨୬ଟି ଦଳ ମଧ୍ୟରେ ଆସନ ବୁଝାମଣା ସହ ମେଣ୍ଟର ଚିହ୍ନ ଉନ୍ମୋଚନ ହୋଇପାରେ ।

ଯେଉଁଠାରେ ମିଳିତ ବିରୋଧୀ ମେଣ୍ଟ ପ୍ରତିଦ୍ୱନ୍ଦିତା କରିବ ସେଠାରେ କୌଣସି ଦଳ ପରିବର୍ତ୍ତେ ଇଣ୍ଡିଆ ମେଣ୍ଟ ପତାକା କିମ୍ବା ସଙ୍କେତ ବ୍ୟବହାର ହେବ । ଏଥିପାଇଁ ଆଶୋକ ଚକ୍ର ବିନା ତ୍ରିରଙ୍ଗାକୁ ମେଣ୍ଟ ପତାକା ଭାବେ ସ୍ଥିର କରିବାକୁ ପ୍ରସ୍ତାବ ରହିଛି । ଯେଉଁସବୁ ରାଜ୍ୟରେ ନିର୍ଦ୍ଦିଷ୍ଟ କୌଣସି ଦଳ ପ୍ରତିଦ୍ୱନ୍ଦିତା କରିବ ସେଠାରେ ନିଜ ଦଳର ପତାକା ବ୍ୟବହାର ହେବ । ଏହାବ୍ୟତୀତ ବିରୋଧୀ ମେଣ୍ଟର ଜଣେ ଅଧ୍ୟକ୍ଷ ରହିବେ ଏବଂ ଆଞ୍ଚଳିକ ସ୍ତରରେ ୫ ଜଣ ସଂଯୋଜକ ନିଯୁକ୍ତି ପାଇଁ ବୈଠକରେ ନିଷ୍ପତ୍ତି ହୋଇପାରେ ।

ବିରୋଧୀଙ୍କୁ ଏକାଠି କରିବାରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖିଆ ନୀତୀଶ କୁମାର ପ୍ରମୁଖ ଭୂମିକା ନିଭାଇଥିଲେ । ତାଙ୍କୁ କୌଣସି ପଦ ପଦବୀ ପାଇଁ ଆଶା ନାହିଁ ବୋଲି ନୀତୀଶ ନିଜେ କହିଛନ୍ତି । ଆଗକୁ ଆଉ କିଛି ଦଳ ମେଣ୍ଟରେ ସାମିଲ ହେବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ