Masthead

ଚନ୍ଦ୍ରରେ ଜୀବନ ସତ୍ତା ସମ୍ଭବ କି?…ଜାଣନ୍ତୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୃଥିବୀ ଭଳି ଚନ୍ଦ୍ରରେ ଜୀବନ ସତ୍ତା ସମ୍ଭବ କି । ଜୀବଜଗତ ବଞ୍ଚିବା ପାଇଁ ଅମ୍ଳଜାନ ନିହାତି ଆବଶ୍ୟକ । ଅମ୍ଳଜାନ ବିନା ଜୀବଜଗତ ସମ୍ଭବ ନୁହେଁ । ତେବେ ଚନ୍ଦ୍ରରେ ଜୀବଜଗତ ସମ୍ଭବ କି ନୁହେଁ ତାକୁ ନେଇ ସବୁବେଳେ ତର୍କ ବିତର୍କ ଲାଗି ରହିଥାଏ । ଏହାରି ଭିତରେ ଏକ ବଡ ଖବର ଦେଇଛି ଇସ୍ରୋ । ଚନ୍ଦ୍ରରେ ଅମ୍ଳଜାନ ଥିବା ନେଇ ତଥ୍ୟ ମିଳିଛି । ଆଉ ଏବେ ଚନ୍ଦ୍ରରେ ହାଇଡ୍ରୋଜେନ୍ ଥିବାର ମଧ୍ୟ ସମ୍ଭାବନା ବୃଦ୍ଧି ପାଇଛି । ଚନ୍ଦ୍ରରେ ସଲଫର୍, ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟିଟାନିୟମ୍ ଭଳି ରାସାୟନିକ ପଦାର୍ଥ ରହିଛି ।

ତେବେ ପରବର୍ତ୍ତୀ ଅନୁସନ୍ଧାନରେ ଚନ୍ଦ୍ରର ଦଣିକ୍ଷ ମେରୁରେ ମାଙ୍ଗାନିଜ୍, ସିଲିକନ୍, ଅକ୍ସିଜେନ୍ ଥିବା ନେଇ ତଥ୍ୟ ମିଳିଛି । ତେବେ ହାଇଡ୍ରୋଜେନ୍ ଉପସ୍ଥିତି ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି । ରୋଭରରେ ଲାଗିଥିବା ଏଲଆଇବିଏସ୍ ବା ଲେଜର ଇଣ୍ଡୁସଡ ବ୍ରେକଡାଉନ୍ ସ୍ପେକ୍ଟ୍ରେ୍ାସ୍କୋପ ପ୍ରଣାଳୀରେ ତଥ୍ୟ ସାମ୍ନାକୁ ଆସିଛି । ଲିବ୍ସ ଏଭଳି ଏକ ଯନ୍ତ୍ର ଯାହା ଚନ୍ଦ୍ରପୃଷ୍ଠରେ ଥିବା ମାଟି ଓ ପଥରର ରସାୟନିକ ପଦାର୍ଥର ଅନୁଧ୍ୟାନ କରେ ।

ଅନ୍ୟପଟେ ଭବିଷ୍ୟତରେ ଏହି ସ୍ଥାନରେ ହାଇଡ୍ରୋଜେନର ମଧ୍ୟ ଅବସ୍ଥିତି ଥିବା ମଧ୍ୟ ସମ୍ଭାବନା ରହିଛି । ହାଇଡ୍ରୋଜେନ୍ ମିଳିଗଲେ ବୈଜ୍ଞାନିକଙ୍କୁ ଆଉ ଗୋଟିଏ ବଡ଼ ସଫଳତା ମିଳିବ । ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ଜଳ ଥିବାର ସ୍ପଷ୍ଟ କରିଥିଲା । ଚନ୍ଦ୍ରଯାନ-୩, ଚନ୍ଦ୍ରପୃଷ୍ଠରେ ଅମ୍ଲଜାନ ଥିବାର ତଥ୍ୟ ଦେଇଛି ଆଉ ଏବେ ହାଇଡ୍ରୋଜେନର ସନ୍ଧାନରେ ରୋଭର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା